ବିଓବି ପକ୍ଷରୁ ‘ଲଘୁ ଫିଲ୍ମ ସମୀକ୍ଷା ଲେଖନ ପ୍ରତିଯୋଗିତା’

ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟରତ ରାଜଭାଷା କାର୍ଯ୍ୟାନ୍ୱୟନ ସମିତି (ବ୍ୟାଙ୍କ), ଭୁବନେଶ୍ୱର ଦେଶର ପ୍ରତିଷ୍ଠିତ ସମିତିମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ସମିତିକୁ ଉତ୍କୃଷ୍ଟ ରାଜଭାଷା କାର୍ଯ୍ୟାନ୍ୱୟନ ନିମନ୍ତେ ସର୍ବୋଚ୍ଚ ପୁରସ୍କାର ‘କିର୍ତ୍ତୀ ପୁରସ୍କାର’ ପାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ବୀମା କମ୍ପାନିଗୁଡ଼ିକରେ ରାଜଭାଷା ହିନ୍ଦୀର ପ୍ରୟୋଗକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଦେଶର ବିଭିନ୍ନ ସହରରେ ଏହି ସମିତିଗୁଡ଼ିକର ଗଠନ କରାଯାଇଛି।

ଭୁବନେଶ୍ୱରରେ କାର୍ଯ୍ୟରତ ନଗର ସମିତି ମଧ୍ୟ ଏହି ସମିତିମାନଙ୍କ ମଧ୍ୟରୁ ଅନ୍ୟତମ। ସମିତିର ସଦସ୍ୟମାନେ କାର୍ଯ୍ୟାଳୟ ସମିତି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତାର ଆୟୋଜନ କରିଥାଆନ୍ତି। ଏହି କ୍ରମରେ ବ୍ୟାଙ୍କ ଅଫ୍ ବରୋଦା, କ୍ଷେତ୍ରୀୟ କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ‘ଲଘୁ ଫିଲ୍ମ ସମୀକ୍ଷା ଲେଖନ ପ୍ରତିଯୋଗିତା’ର ଆୟୋଜନ କରାଯାଇଛି।ଏହି ପ୍ରତିଯୋଗିତାରେ ବିଭିନ୍ନ ବ୍ୟାଙ୍କ ଏବଂ ବୀମା କମ୍ପାନିଗୁଡ଼ିକ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ରାଜୀବ କ୍ରୀଷ୍ଣା ରାଜଭାଷା ହିନ୍ଦୀରେ ଅଧିକରୁ ଅଧିକ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର