୧୪ରେ ଲୁଲୁ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ମିନି ମାରାଥନ

ଭୁବନେଶ୍ୱର : ବିଶିଷ୍ଟ ଜନନେତା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୪ତମ ଜନ୍ମ ବାର୍ଷିକୀ ଅବସରରେ ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବ ‘ରନ୍‌ ଫର୍‌ ଇନ୍‌ସ୍ପିରେସନ୍‌’ ତଥା ପ୍ରେରଣା ଦୌଡ଼।

ପ୍ରାୟ ୩୮ ବର୍ଷ ଯୁବ ଓ ଛାତ୍ରମାନଙ୍କୁ ବଳିଷ୍ଠ ନେତୃତ୍ୱ ଦେଇଥିବା ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିରେ ଏହି ମିନି ମାରାଥନର ଆୟୋଜନ କରାଯାଇଛି। ଜାତି ଗଠନର ସ୍ୱପ୍ନ ନେଇ ସକାଳ ୮ଟାରୁ ଏହି ମାରାଥନ୍‌ ରାଜ ଭବନ ନିକଟରୁ ବାହାରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଯିବ। ତେଣୁ ବ୍ୟକ୍ତିଗତ ଭାବେ ଏବଂ ବିଭିନ୍ନ ସଂଗଠନ ଏହି ମିନି ମାରାଥନରେ ଅଂଶଗ୍ରହଣ କରିବା ପାଇଁ ସାମାଜିକ କର୍ମୀ ଅମୀୟ ଦାସ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର