ଧଉଳି : ୨୯ନମ୍ବର ଜିଲ୍ଲା ପରିଷଦ ଜୋନ୍ରେ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ସୁବାସ କୁମାର ସୁନ୍ଦରରାୟଙ୍କ ପାଇଁ ଆଜି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରଚାର କରିଛନ୍ତି। ବହୁ ସମର୍ଥକଙ୍କ ସହ ମନ୍ତ୍ରୀ ଶ୍ରୀ ପଣ୍ଡା ପଞ୍ଚାୟତର ସରଦେଇପୁର, ଗେଲପୁର୍, ନଖାଉର୍, ଜଗନ୍ନାଥପୁର ପାଟଣା, ଖଟୁଆପଡ଼ା, କାଣ୍ଡିସାହି ପ୍ରମୁଖ ଅଞ୍ଚଳରେ ବୁଲି ସୁବାସଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ। ଏହି ଶୋଭାଯାତ୍ରାରେ ଧଉଳି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ମନୋଜ କୁମାର ମଲ୍ଲିକ, ସମିତି ସଭ୍ୟ ପ୍ରାର୍ଥିନୀ ସରସ୍ବତୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ଧଉଳି ପଞ୍ଚାୟତ ଅଞ୍ଚଳର ପୁରୁଖା ନେତା ହରେକୃଷ୍ଣ ସାହୁ ଏବଂ ସୁଧାରଂଜନ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ ସମର୍ଥକ ଓ କର୍ମୀ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର୍ ବିରଞ୍ଚି ନାରାୟଣ ମହାସୁପକାର, ଜିଲ୍ଲା ବିଜେଡି ଯୁବ ସଭାପତି ସମରେଶ ବେଉରିଆ, ପ୍ରତାପ ଜେନା, କୈଳାସ ଜେନା, ମହାମାୟା ସ୍ବାଇଁ, ପୂର୍ବତନ ସରପଞ୍ଚ ପୂର୍ଣ୍ଣିମା ସାହୁ, ଶେଖ ସବିର ଅଲ୍ଲୀ, ସନ୍ତୋଷ ବେଜ, ଡ. ସୁରେଶ ବାରିକ, ସୁକାନ୍ତ ରାଉତରାୟ, ଅଶୋକ ହୋତା, ପ୍ରମୋଦ ସ୍ବାଇଁ, ଯୁଗଳ କାଣ୍ଡି, ଶିବ ବେହେରା, ବସନ୍ତ ମଲ୍ଲିକ, କେଶିରେଖା ମାଝୀ, ବସନ୍ତ ମଲ୍ଲିକ, ମୁକେଶ ଜେନା, ବିଜୟ ଗୋଚ୍ଛାୟତ ପ୍ରମୁଖ ପଦଯାତ୍ରାରେ ସାମିଲ ଥିଲେ।
/sambad/media/post_attachments/wp-content/uploads/2022/02/SURA-1-Copy.jpg)
ଜିଲ୍ଲା ପରିଷଦ ଜୋନ୍-୨୮: କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ସୁର
ବାରଙ୍ଗ : ଖୋର୍ଧା ଜିଲ୍ଲା ପରିଷଦ ଜୋନ୍-୨୮ରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଜୟ ପରିଡ଼ାଙ୍କ ପାଇଁ ଆଜି ଜଟଣୀ ବିଧାୟକ ସୁର ରାଉତରାୟ ପ୍ରଚାର କରିଛନ୍ତି। ଦାରୁଠେଙ୍ଗ ବାଲୁଙ୍କେଶ୍ବର ମହାଦେବଙ୍କ ପାଖରେ ପୂଜାର୍ଚ୍ଚନା ପରେ ଅଜୟଙ୍କ ସହ ଶ୍ରୀ ରାଉତରାୟ ଏକ ଜିପ୍ରେ ଶୋଭାଯାତ୍ରା କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି, ଅତ୍ୟାଚାର ଓ ମହଙ୍ଗା ମାଡ଼ରେ ଲୋକ ଅତିଷ୍ଠ ହୋଇପଡ଼ିଲେଣି। ତେଣୁ କଂଗ୍ରେସ ପ୍ରାର୍ଥୀଙ୍କୁ ଏଥର ସେବା କରିବାର ସୁଯୋଗ ଦେବା ପାଇଁ ଶ୍ରୀ ରାଉତରାୟ ଅନୁରୋଧ କରିଥିଲେ।
/sambad/media/post_attachments/wp-content/uploads/2022/02/bjp-1.jpg)
ସୁଜିତ୍ଙ୍କ ପାଇଁ ପ୍ରଚାର କଲେ ବାବୁ ସିଂହ
ଭୁବନେଶ୍ବର : ୨୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ରେ ବିଜେପି ପ୍ରାର୍ଥୀ ସୁଜିତ୍ କୁମାର ବଳବନ୍ତରାୟଙ୍କ ପାଇଁ ଆଜି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ତଥା ଏକାମ୍ର ନିର୍ବାଚନମଣ୍ଡଳୀର ବିଜେପି ନେତା ବାବୁ ସିଂହ ଓ ଜଟଣୀ ନେତା ବିଶ୍ବରଂଜନ ବଡ଼ଜେନା ପ୍ରଚାର କରିଛନ୍ତି। ଶ୍ରୀ ସିଂହ ଓ ଶ୍ରୀ ବଡ଼ଜେନା ବାସୁଆଘାଇ ଗ୍ରାମ ପଞ୍ଚାୟତର କୋରଡ଼କଣ୍ଟା, କେଶୁରା, କାମେନା, ବାଙ୍କୁଆଳ, ଦୁର୍ଗାପୁରପାଟଣାରେ ଘରକୁ ଘର ବୁଲି ସୁଜିତ୍ଙ୍କୁ ବିଜୟୀ କରାଇବା ପାଇଁ ପଞ୍ଚାୟତବାସୀଙ୍କୁ ନିବେଦନ କରିଥିଲେ। ଏହି ପ୍ରଚାରରେ ବିଜେପି ନେତା ତାପସ ଦଳାଇ, ଅରୁଣ ପୁରୋହିତ, ବିପ୍ରଚରଣ ଜେନା, ବାପି ଜେନା, ପ୍ରଫୁଲ୍ଲ ସ୍ବାଇଁ, ସୁନୀଲ ସ୍ବାଇଁ, ଅମିତାଭ ପ୍ରଧାନ, ତପନ ନାୟକ, ପ୍ରଳୟ ଜେନା, ସନ୍ତୋଷ ଜେନା ପ୍ରମୁଖ ସାମିଲ ଥିଲେ।
ଇଟିପୁରରେ ନଣନ୍ଦ-ଭାଉଜ ଲଢ଼େଇ
ପୁରୁଣା ଭୁବନେଶ୍ବର : ଏକାମ୍ର ନିର୍ବାଚନୀମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ବର ବ୍ଲକ୍ ଅଧୀନ ଇଟିପୁର ପଞ୍ଚାୟତରେ ନଣନ୍ଦ ଭାଉଜଙ୍କ ଲଢ଼େଇ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ସମ୍ପର୍କୀୟ ନଣନ୍ଦ-ଭାଉଜ ସମିତି ସଭ୍ୟା ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ନଣନ୍ଦ ହେଲେ ସୁଜାତା ବରାଳ ଓ ଭାଉଜ ହେଲେ ନିରୁପମା ସାହୁ। ଏଥର ଭୁବନେଶ୍ବର ବ୍ଲକ୍ ଅଧ୍ୟକ୍ଷ ପଦ ସାଧାରଣ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଏହି ପଞ୍ଚାୟତରୁ ଜିତିବା ପ୍ରାର୍ଥୀଙ୍କ ଭାଗ୍ୟରେ ଏହି ସମ୍ମାନଜନକ ପଦ ପଡ଼ିବା ଚର୍ଚ୍ଚା ହେଉଛି। ସାଧାରଣତଃ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଲଢ଼େଇ ବେଶ୍ ଗୁରୁତ୍ବ ବହନ କରୁଥିବା ବେଳେ ଏଠାରେ ସମିତି ସଭ୍ୟ ଲଢ଼େଇ ଅଧିକ ଚର୍ଚ୍ଚାରେ ରହୁଛି। ଏହି ପଞ୍ଚାୟତର ସରପଞ୍ଚ ପଦ ବି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏଥିପାଇଁ ନର୍ମଦା ଚନ୍ଦ୍ରମା ସାହୁ ଓ ଅନିତା ସୁବୁଦ୍ଧି ପ୍ରାର୍ଥୀ ହୋଇଛନ୍ତି। ଗତଥର ନର୍ମଦା ସରପଞ୍ଚ ଥିଲେ ଓ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି। ସୂଚନାଯୋଗ୍ୟ, ୧୨ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତର ଭୋଟର ସଂଖ୍ୟା ୩୩୪୦।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/balianta.jpg)