ରାସ୍ତାରେ ଅଟକାଇ ସରକାରୀ ବସ୍ ଯାଞ୍ଚ କଲେ ପରିବହନ ମନ୍ତ୍ରୀ

ଉଲୁଣ୍ଡା: ରାସ୍ତାରେ ଅଟକାଇ ଅଚାନକ ଏକ ଓଏସ୍‌ଆର୍‌ଟିସି ବସ୍‌କୁ ଯାଞ୍ଚ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଶ୍ରୀ ବେହେରା ମଙ୍ଗଳବାର ଭୁତିଆପାଲି ପରମେଶ୍ବରୀ କଲେଜର ଉତ୍ସବରେ ଅତିଥି ଭାବେ ଯୋଗ ଦ‌େଇଥିଲେ। ସେଠାରୁ ସେ ଫେରୁଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଏକ ଓଏସ୍‌ଆର୍‌ଟିସି ବସ୍‌କୁ ମୁର୍ଷୁଣ୍ଢିଠାରେ ଅଟକାଇ ଯାତ୍ରୀଙ୍କ ସହ ଆଲୋଚନା କରିଥିଲେ। ତେବେ ବର୍ଷା ହେଲେ ବସ୍‌ରୁ ପାଣି ଗଳୁଥିବା ଜାଣିବାକୁ ପାଇଥିଲେ। ଏହି ବସ୍‌କୁ ତୁରନ୍ତ ମରାମତି କରାଯିବା ସହ ଏହି ରୁଟ୍‌ରେ ଆଗାମୀ ଦିନରେ ଏକ ନୂଆ ବସ୍‌ ଯୋଗାଇ ଦିଆଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର