ବାଲିଅନ୍ତା : ବାଳକାଟି ଫାଣ୍ଡି ପୂରଣପଧାନ ପଞ୍ଚାୟତ ଅଧୀନ ଏରକଣ୍ଟା ଗ୍ରାମର ୧୪ ବର୍ଷୀୟା ଜଣେ ନାବାଳିକା ଘାସମରା ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି। ସେ ବିଷଜ୍ବାଳାରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ପରିବାରଲୋକ ଚିକିତ୍ସା ଲାଗି ତାକୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଳକାଟି ଫାଣ୍ଡି ପୁଲିସ୍ ଶବ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନାରେ ନମ୍ବର ୪୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।
ବାଲିଅନ୍ତା : ଘାସମରା ଔଷଧ ଖାଇ ନାବାଳିକା ମୃତ
/sambad/media/post_attachments/wp-content/uploads/2020/09/dead-new-indian-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)