ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିବା ନାବାଳିକା ଦୁଷ୍କର୍ମ ମାମଲାରେ ନାବାଳିକାର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ସେହିଭଳି ରଙ୍ଗଶାଳାରୁ ଉଦ୍ଧାର ଯୁବତୀଙ୍କୁ  ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛି। ଉଦ୍ଧାର ଯୁବତୀମାନଙ୍କର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବା ସହିତ ସେମାନଙ୍କ ପରିବାରଙ୍କୁ ଠାବ କରିବାକୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଅନ୍ୟପକ୍ଷରେ ଆଜି ପୁଲିସ ଗତକାଲି ଧରାପଡ଼ିଥିବା ରଙ୍ଗଶାଳା ଲକ୍ଷ୍ମୀସାଗରସ୍ଥିତ ଯାଜ୍ଞସେନୀ ନିବାସକୁ ଯାଇ ତନାଘନା ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ଯାଇ ବିଭିନ୍ନ ନମୁନା ଜବତ କରିବା ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ତଦନ୍ତ ଜାରି ରଖିଛି। ଘରୁ ବେଡସିଟ୍, ଗାମୁଛା, ଡାଇରି, ଖାତା ସହିତ ଅନ୍ୟାନ୍ୟ ସନ୍ଦେହଜନକ ବସ୍ତୁକୁ ଜବତ କରାଯାଇଛି। ଅଭିଯୁକ୍ତଙ୍କ ମୋବାଇଲ ମଧ୍ୟ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।

Advertisment

ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା
ଧରାପଡ଼ିନାହାନ୍ତି ଦୁଷ୍କର୍ମ ଅଭିଯୁକ୍ତ

ପୁଲିସ ଯାଜ୍ଞ‌ସେନୀ ନିବାସର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ପୁଲିସ ସଂଗ୍ରହ କରିଛି। ନିବାସକୁ ଯା’ଆସ କରୁଥିବା ସମସ୍ତଙ୍କ ବାବଦ‌ରେ ସୂଚନା ସଂଗ୍ରହ ଆରମ୍ଭ କରିଛି। ପୁଲିସ ବହୁ ନାମୀଦାମୀ ଗାଡ଼ି ଆସି ଲାଗୁଥିବା ଜାଣିବାକୁ ପାଇଛି। ଗାଡ଼ିଗୁଡ଼ିକର ରେଜିଷ୍ଟ୍ରସନ୍ ନମ୍ବରରୁ ସେମାନଙ୍କର ପରିଚୟ ଜ‌ାଣିବାକୁ ଉଦ୍ୟମ କରୁଛି। ଏହାଛଡ଼ା ପୁଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କ ବାବଦରେ ଜାଣିବାକୁ ପାଇଛି। ଚଢ଼ଉ  ପୂର୍ବରୁ ସେମାନେ ଫେରାର୍ ହେବାର ଚିତ୍ର ସିସିଟିଭିରୁ ଜଣାପଡ଼ିଛି। ସଂପୃକ୍ତ କଲୋନିବାସୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଠା କରୁଥିବା ବେଳେ ସେମାନେ ଗାଡ଼ି ଛାଡ଼ି ଦଉଡ଼ି ପଳାଉଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ସେମାନଙ୍କ ବାବଦରେ ଅଧିକ ସଂଗ୍ରହ କରିବାକୁ ପୁଲିସ ଚେ‌ଷ୍ଟା ଜାରି ରଖିଛି। ସେମାନଙ୍କୁ କିଏ ଆଣିଥିଲା? କିଏ ଯୋଗାଯୋଗ କରିଥିଲା? କିଏ ଏହାରି ପଛରେ କିଙ୍ଗପିନ୍ ତାକୁ ଧରିବାକୁ ପୁଲିସ ଯୁବତୀମାନଙ୍କୁ ପଚରାଉଚରା ଜାରି ରଖିଛି। ଏହାସହିତ ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି। ଯଦି ଆବଶ୍ୟକ ହୁଏ ତେବେ ପୁଲିସ ଅଭିଯୁକ୍ତମାନଙ୍କୁ ପୁଣି ଥରେ ରିମାଣ୍ଡ ଆଣିବାକୁ ପୁଲିସ ଯୋଜନା କରୁଛି।