ଭୁବନେଶ୍ୱର : ନାବାଳିକାଙ୍କୁ ଚୁମ୍ବନ କରି ଫେରାର୍ ହୋଇଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ସେ ହେଲା ସହିଦନଗର ଅଞ୍ଚଳର ଦୀପକ ସାହୁ। ଗତ ୨୧ ତାରିଖ ସନ୍ଧ୍ୟା ସମୟରେ ଜଣେ ନାବାଳିକା ସାଇକେଲ୍ରେ ଲକ୍ଷ୍ମୀସାଗରକୁ ଟ୍ୟୁସନ ଯାଉଥିଲେ। ଏହି ସମୟରେ ଦୀପକ ତାଙ୍କ ପିଛା କରିଥିଲେ। ଶବର ସାହି ଲେନ୍ ଦେଇ ଯାଉଥିବା ସମୟରେ ସୁଯୋଗ ଦେଖି ଦୀପକ ନାବାଳିକାଙ୍କୁ ରାସ୍ତାରେ ଅଟକାଇଥିଲା। ସେ କିଛି ବୁଝିବା ପୂର୍ବରୁ ତାଙ୍କୁ ଜବରଦସ୍ତି ଅସଦାଚରଣ କରିଥିଲା। ନାବାଳିକା ଜଣକ ଚିତ୍କାର କରିବାରୁ ସେ ଚମ୍ପଟ ମାରିଥିଲା। ଏହାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ଅଭିଯୁକ୍ତକୁ ଧରିପାରିନଥିଲା। ତେବେ ଚିହ୍ନଟ ପରେ ପୀଡ଼ିତା ଥାନାରେ ନାଁ ପ୍ରକାଶ କରିଥିଲେ। ଏହାପରେ ପୁଲିସ ତାକୁ ଗୁରୁବାର ରାତିରେ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।
ନାବାଳିକାଙ୍କୁ ଚୁମ୍ବନ ଘଟଣା : ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2019/08/arrest-3.jpg)