ଭୁବନେଶ୍ବର : ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଆଜି ଭରତପୁର ଥାନା ପୁଲିସ ଜଣେ ନାବାଳିକାକୁ ଉଦ୍ଧାର କରିଛି। ନାବାଳିକାଜଣକ ଗଞ୍ଜାମ ଅଞ୍ଚଳର ବୋଲି ଜଣାପଡ଼ିଛି। ତାକୁ ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର କରାଯାଇଛି। ସିଡବ୍ଲୁସିରେ ହାଜର କରାଯିବା ପରେ ତାକୁ ଏକ ସର୍ଟ-ଷ୍ଟେ’ ହୋମ୍ରେ ଛଡ଼ା ଯାଇଛି। ମିଳିଥିବା ସୂଚନା ଅନୁସାରେ, ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଆଜି ପୂର୍ବାହ୍ନରେ ଗଞ୍ଜାମରୁ ଆସିଥିବା ଏକ ବସ୍ ପହଞ୍ଚିଥିଲା। ବସ୍ ଭିତରେ ଜଣେ ନାବାଳିକା ଶୋଇଥିବା ଅବସ୍ଥାରେ ଦେଖି ହେଲ୍ପର୍ ଫାଣ୍ଡି ପୁଲିସକୁ ଖବର ଦେଇଥିଲେ। ଫାଣ୍ଡି ଅଧିକାରୀଙ୍କଠାରୁ ଖବର ପାଇ ଭରତପୁର ଥାନା ପୁଲିସ ନାବାଳିକାକୁ ନେଇ ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର କରିଥିଲା। କାଉନ୍ସେଲିଂ ପରେ ଜଣାପଡ଼ିଲା ଯେ ନାବାଳିକାର ବୟସ ୧୩ ଓ ଘର ଗଞ୍ଜାମ କୃପାସିନ୍ଧୁନଗରରେ। ସେ ଦିଗପହଣ୍ଡି ଆସୁଥିବା ବେଳେ ବସ୍ରେ ଶୋଇ ପଡ଼ିଥିଲା ବୋଲି ଜଣାପଡ଼ିଛି। ଚାଇଲ୍ଡ ଲାଇନ୍ ସମ୍ପୂର୍ଣ୍ଣ ବିବରଣୀ ଓ ଠିକଣା ପାଇବା ପରେ ସ୍ଥାନୀୟ ଥାନା ସହ ଯୋଗାଯୋଗ କରିଛି ଓ ବାପା-ମା’ ଆସିବା ପରେ ତାକୁ ସେମାନଙ୍କ ଜିମା ଦିଆଯିବ ବୋଲି ସୂଚନା ମିଳିଛି।
ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ନାବାଳିକା ଉଦ୍ଧାର
ଗଞ୍ଜାମରେ ଶୋଇପଡ଼ିଲେ, ଭୁବନେଶ୍ବରରେ ନିଦ ଭାଙ୍ଗିଲା
/sambad/media/post_attachments/wp-content/uploads/2020/02/baramunda-bus-stand.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)