ରାସ୍ତା ମଝିରେ ନାବାଳିକାକୁ ଅସଦାଚରଣ ଘଟଣା : ଅଭିଯୁକ୍ତ ଯୌନପିପାସୁ ଗିରଫ

ଭୁବନେଶ୍ବର: ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରବିବାର ଦିନ ଦି’ପହରେ ଘଟିଥିବା ନାବାଳିକାକୁ ଅସଦାଚରଣ ଘଟଣାର ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ଯୌନପିପାସୁକୁ ଆଜି ଗିରଫ କରିଛି କମିଶନରେଟ ପୁଲିସ। ଟିଆଇ ପ୍ୟାରେଡ ପରେ ଅଭିଯୁକ୍ତର ନାମ ପ୍ରକାଶ କରିବ ପୁଲିସ।

ସୂଚନାଯୋଗ୍ୟ ଯେ, ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରବିବାର ଦିନ ଦି’ପହରେ ଘଟିଥିଲା ଏଭଳି ଏକ ଅପରାଧିକ ଘଟଣା। ଏ ସଂପର୍କରେ ନାବାଳିକାଙ୍କ ପରିବାରଲୋକ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ପୂରା ଘଟଣା ରାସ୍ତାରେ ଲାଗିିଥିବା ସିସିଟିଭିିରେ କଏଦ୍‌ ହୋଇଥିଲା। ଅଭିିଯୋଗ ପରେ ସିସିଟିଭି ଫୁଟେଜ୍‌କୁ ଜବତ କରି ପୁଲିସ ଅଭିଯୁକ୍ତକୁ ଠାବ କରିବାକୁ ଉଦ୍ୟମ ଚଳାଇଥିଲା।

ସୂଚନା ଅନୁଯାୟୀ, ପୀଡ଼ିତା ଛାତ୍ରୀ ଲକ୍ଷ୍ମୀସାଗର ଅଞ୍ଚଳରେ ରୁହନ୍ତି। ରବିବାର ପୂର୍ବାହ୍ନରେ ସେ ଟ୍ୟୁସନ୍‌ ବାହାରିଥିଲେ। ସେ ସାଇକେଲ୍‌ରେ ଯାଉଥିବା ବେଳେ ପଛପଟୁ ଜଣେ ଯୁବକ ତାଙ୍କୁ ବାଇକ୍‌ରେ ପିଛା କରିଥିଲା। କିଛି ବାଟ ଯିବା ପରେ ଯୁବକଜଣକ ତାଙ୍କୁ ଅଟକାଇ କଥାବାର୍ତ୍ତା ବାହାନାରେ ପାଖକୁ ଆସିଥିଲା। ଛାତ୍ରୀଜଣଙ୍କ କିଛି ବୁଝିବା ପୂର୍ବରୁ ସେ ହଠାତ୍‌ ତାଙ୍କୁ ଟଣାଓଟରା କରି ଅସଦାଚରଣ କରିଥିଲା। ତାଙ୍କ ଗାଲ ଓ ବିଭିନ୍ନ ଜାଗାରେ ଚୁମ୍ବନ ଦେଇଥିଲା। ଏହାର ପ୍ରତିବାଦ କରି ଛାତ୍ରୀଜଣଙ୍କ ସେଠାରୁ ଖସିବାକୁ ଉଦ୍ୟମ କରିଥିଲେ ହେଁ ଯୁବକଜଣକ ତାଙ୍କୁ ପିଛା କରି ପୁଣିଥରେ ଅସଦାଚରଣ ଉଦ୍ୟମ କରିଥିଲା। ତେବେ ମୁଖ୍ୟ ରାସ୍ତାକୁ ବାହାରିବା ପରେ ଛାତ୍ରୀଜଣକ ଦ୍ରୁତ ଗତିରେ ସାଇକେଲ୍‌ ଚଳାଇ ପଳାଇଥିଲେ।

ସମ୍ବନ୍ଧିତ ଖବର