ଭୁବନେଶ୍ବର: ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ମହିଳା ଥାନା ପୁଲିସ ଜଣେ ବରିଷ୍ଠ ନାଗରିକଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ କୁଦିଆରି ଅଞ୍ଚଳର କୈଳାସ ଚନ୍ଦ୍ର ବେହେରା(୬୬)। ସୂଚନା ମୁତାବକ, ଦୀର୍ଘଦିନ ହେବ ନାବାଳିକାଙ୍କ ପରିବାର କୈଳାସଙ୍କ ଘରେ ଭଡ଼ାରେ ରହୁଥିଲେ। ଗତ ୫ ତାରିଖ ଦିନ କୈଳସ ନାବାଳିକାଙ୍କୁ ତାଙ୍କ ରୁମ୍କୁ ଡାକି ଅସଦାଚରଣ କରିଥିଲେ।
ନାବାଳିକା ବିରୋଧ କରିବାରୁ ତାଙ୍କୁ ଧମକ ଚମକ ଦେଇଥିଲେ। ନାବାଳିକା ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକ ପ୍ରଥମେ ଜଟଣୀ ଥାନା ଓ ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳା ଥାନା ପୁଲିସ ଏକ ମାମଲା ରୁଜୁକରି ଆଜି କୈଳାସକୁ ଗିରଫ କରି କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/arrest-2.jpg)