ମିରାଣ୍ତା ହାଉସ ଅଧ୍ୟକ୍ଷ ପଦରେ ବିଜୟଲକ୍ଷ୍ମୀ

ଭୁବନେଶ୍ବର: ଦିଲ୍ଲୀ ବିଶ୍ବବିଦ୍ୟାଳୟର ମିରାଣ୍ତା ହାଉସ୍‌ର ପ୍ରିନ୍‌ସପାଲ ଦାୟିତ୍ବରେ ରାଜନୀତି ବିଜ୍ଞାନର ଆସୋସିଏଟ୍‌ ପ୍ରଫେସର ଡକ୍ଟର ବିଜୟଲକ୍ଷ୍ମୀ ନନ୍ଦ ଅବସ୍ଥାପିତ ହୋଇଛନ୍ତିି। ୨୦୧୭ ମସିହାରେ ତାଙ୍କୁ ‘ଟିଚର୍ସ ଏକ୍ସଲେନ୍ସ୍‌ ଆଵାର୍ଡ’ରେ ସମ୍ମାନିତ କରାଯାଇଥିଲା। ଲିଙ୍ଗଗତ ବୈଷମ୍ୟ ଓ ମାନବ ଅଧିକାର ଉପରେ ତାଙ୍କର ଏକାଧିକ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି। ରାଜସ୍ଥାନ ସରକାରଙ୍କ ଶିଶୁକନ୍ୟା ଯୋଜନା ଖସଡ଼ା ପ୍ରସ୍ତୁତିରେ ତାଙ୍କର ଅବଦାନ ଉଲ୍ଲେଖନୀୟ ଥିଲା। ବିଜୟଲକ୍ଷ୍ମୀ ଅବସରପ୍ରାପ୍ତ ପ୍ରଶାସକ ଅମୂଲ୍ୟରତ୍ନ ନନ୍ଦଙ୍କର କନ୍ୟା।

ସମ୍ବନ୍ଧିତ ଖବର