ଭୁବନେଶ୍ୱର: ଉତ୍କଳୀୟ କଳା ଭାସ୍କର୍ଯ୍ୟର ପ୍ରାମାଣିକ ନିଦର୍ଶନ ଭାବେ ଛିଡ଼ା ହୋଇଥିବା କୋଣାର୍କ ସୂର୍ଯ୍ୟମନ୍ଦିର ଅଦ୍ୱିତୀୟ ହୋଇ ରହିବ ତ? ନୂଆ ଏକ କୋଣାର୍କର ପରିକଳ୍ପନା ପରଠୁ ଏମିିତି ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଉ ଏକ କୋଣାର୍କ ପରେ ସେଇ ୧୨ଶହ ବଢ଼େଇଙ୍କ ଆତ୍ମାର ଆର୍ତନାଦ ବ୍ୟଥିତ କରିବନି ତ ? କୋଣାର୍କ ଓ ବାରଶହ ବଢ଼େଇଙ୍କ ଅନ୍ତଃସ୍ୱରକୁ ନେଇ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି ନାଟକ ‘ପ୍ରତିରୂପ’। ‘ମନନ’ ନାଟ୍ୟସଂସ୍ଥାର ୩୯ତମ ବାର୍ଷିକ ନାଟ୍ୟ ଉତ୍ସବର ତୃତୀୟ ସନ୍ଧ୍ୟାରେ ‘ଆମେ ସୃଷ୍ଟି’ ନାଟ୍ୟାନୁଷ୍ଠାନ ଭେଟି ଦେଇଥିଲା ଏହି ସମସାମୟିକ ନାଟକ। ଲାଲା ବିରେନ୍ ରାୟ ନାଟକର ନିର୍ଦେଶନା ଦେଇଥିବା ବେଳେ ନାଟ୍ୟ ରଚନା କରିଥିଲେ ଗଙ୍ଗାଧର ଜେନା। ଅର୍ଜୁନ, ଶଶୀ, ରଘୁନାଥ, ବିପ୍ରଞ୍ଜୟ, ବିଶ୍ୱ, ସମୀର, ରବୀନ୍ଦ୍ର, ପଦନ, ସୁଜିତ୍, ତାପସ, ଅଭିଜିତ୍, ଉଦିତ, ଜଗନ୍ନାଥ, ଅମିତାଭ, ଯସ୍ମିନ୍, ପିହୁ ଓ ବେବି ପ୍ରମୁଖ ନିଜର ବଳିଷ୍ଠ ଅଭିନୟରେ ନାଟକକୁ ବେଶ୍ ଉପଭୋଗ୍ୟ କରିଥିଲେ। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ବିଜୟ ଜେନା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ‘ମନନ’ର ସଭାପତି ମନୋଜ ପଟ୍ଟନାୟକ, ଉପସଭାପତି ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନାଟ୍ୟ ନିର୍ଦେଶକ ଧୀରେନ୍ଦ୍ରନାଥ ମଲ୍ଲିକଙ୍କୁ ‘ରତିରଞ୍ଜନ ସମ୍ମାନ’, ଗୁରୁ ନିତ୍ୟାନନ୍ଦ ଦାସ, ନାଟ୍ୟ ନିର୍ଦେଶକ ପ୍ରାଣକୃଷ୍ଣ ବେହେରା ଏବଂ ସାମ୍ବାଦିକା ଅରୁନ୍ଧତୀ ମଲ୍ଲିକଙ୍କୁ ‘ମନନ’ ସମ୍ମାନ ପ୍ରଦାନ କରାଯାଇଥିଲା।
ମଞ୍ଚରେ କୋଣାର୍କର ପ୍ରତିରୂପ
/sambad/media/post_attachments/wp-content/uploads/2018/01/m21-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)