ଭୁବନେଶ୍ୱର: ନୂଆବର୍ଷ ପାଇଁ ଜିରୋନାଇଟ୍ ସେଲିବ୍ରେସନରେ ଯେତେବେଳେ ପୂରା ରାଜଧାନୀ ମସଗୁଲ ଥିଲା, ଠିକ୍ ସେତିକିବେଳେ କିଛି ଅସାମାଜିକ ଯୁବକ ଜଣେ ଯୁବତୀଙ୍କ ଘରେ ପଶି ଅସଦାଚାରଣ କରିଥିଲେ। ଏ ନେଇ ସଂପୃକ୍ତ ଯୁବତୀ ଓ ତାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ଓଲଟି ସଂପୃକ୍ତ ଆସାମାଜିକ ଯୁବକଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି। ଏନେଇ ସହିଦନଗର ଥାନାରେ ଯୁବତୀ ଜଣକ ଅଭିଯୋଗ କରବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନାମୁତାବକ ଯୁବତୀ ଏବଂ ତାଙ୍କ ପରିବାର ଦୀର୍ଘ ଦିନ ହେଲା ବାୟାବାବା ମଠ ନିକଟରେ ରହୁଛନ୍ତି। ଗତ ୩୧ ତାରିଖ ରାତି ୯ଟାରେ ଯୁବତୀ ଘରେ ଏକୁଟିଆ ଥିବା ଅବସ୍ଥାରେ ମୁନା ନାମକ ଜଣେ ଯୁବକ ମଦ ପିଇ ଯୁବତୀଙ୍କ ଘରେ ପଶି ତାଙ୍କୁ ଅସଦାଚରଣ କରିଥିଲେ। ଯୁବତୀ ଜଣକ ଜୋରରେ ଚିତ୍କାର କରିବାରୁ ସେ ଯୁବତୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ସେଠାରୁ ଚାଲିଯାଇଥିଲେ। ଯୁବତୀଙ୍କ ବାପା ଘରକୁ ଆସିବାରୁ ଯୁବତୀ ସବୁ କଥା ଜଣାଇଥିଲେ। ଏନେଇ ଯୁବତୀଙ୍କ ବାପା ମୁନାକୁ ପଚାରିବାରୁ ମୁନା ଉତ୍କ୍ଷିପ୍ତ ହୋଇ ପାଟିତୁଣ୍ଡ କରିଥିଲା। ଏପରିକି ଯୁବତୀଙ୍କ ବାପାଙ୍କୁ ଅପହରଣ କରି ମାଡ଼ ମଧ୍ୟ ମାରିଥିଲା ବୋଲି ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/tapas-saheed-nagar-thana-case.jpg)