ଭୁବନେଶ୍ୱର: ଆଜି ସକାଳ ପ୍ରାୟ ୧୧ଟାବେଳେ ଖଣ୍ଡଗିରି ଥାନା ଅଧୀନ କୋଳଥିଆ ଛକରେ ଜଣେ ବରିଷ୍ଠ ନାଗରିକଙ୍କୁ ସିଟି ବସ୍ କର୍ମଚାରୀ ଦୁର୍ବ୍ୟବହାର କରିଛନ୍ତି। ଏ ନେଇ ବରିଷ୍ଠ ନାଗରିକ ସରୋଜ ରଂଜନ ମହାନ୍ତି ସିଟି ବସ୍ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ସିଟିବସ୍ କର୍ତୃପକ୍ଷ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ସରୋଜ କଳିଙ୍ଗବିହାର ଯିବା ପାଇଁ କୋଳଥିଆ ଛକରେ ସିଟି ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ସେହି ରୁଟ୍ରେ ବସ୍ ନମ୍ବର ୬୦୩ ଆସିଥିଲା। ସରୋଜ ବସ୍ରେ ଚଢ଼ିବା ପାଇଁ ହାତ ଦେଖାଇଥିଲେ। କିନ୍ତୁ ବସ୍ ଚାଳକ ତାଙ୍କୁ ଉଠାଇବା ବଦଳରେ ତାଙ୍କ ଆଡ଼କୁ ବସ୍ଟିକୁ ମଡ଼ାଇ ଆଣିବା ସହିତ ଦ୍ରୁତ ବେଗରେ ପଳାଇଥିଲେ। ସରୋଜ ତୁରନ୍ତ ଏକ ଅଟୋ ଭଡ଼ା କରି ସିଟି ବସ୍ ପଛେପଛେ ଯାଇ କଳିଙ୍ଗବିହାର ଛକରେ ପହଞ୍ଚିଥିଲେ। କାହିଁକି ବସ୍ କୋଳଥିଆ ଛକରେ ଅଟକାଇଲ ନାହିଁ ବୋଲି ସରୋଜ ପଚାରିବାରୁ ସିଟି ବସ୍ର ଡ୍ରାଇଭର ଓ କଣ୍ଡକ୍ଟର ତାଙ୍କୁ ଖରାପ ବ୍ୟବହାର କରିବା ସହିତ ତୁମର କ’ଣ ମରିବା ସମୟ ହେଲାଣି ବୋଲି କହିଥିଲେ। ସିଟି ବସ୍ କର୍ମଚାରୀଙ୍କ ଏଭଳି ବ୍ୟବହାର ନେଇ ଶ୍ରୀ ମହାନ୍ତି କର୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ।
ବରିଷ୍ଠ ନାଗରିକଙ୍କୁ ସିଟି ବସ୍ ଚାଳକଙ୍କ ଦୁର୍ବ୍ୟବହାର ଅଭିଯୋଗ
/sambad/media/post_attachments/wp-content/uploads/2017/12/city-bus.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)