ଲକ୍‌ଡାଉନ୍‌ ଭିତରେ ରାଜଧାନୀରେ ଲୁଟେରାଙ୍କ ଗୁଣ୍ଡାରାଜ୍‌: ସୁନା ଚୁଡ଼ି ପାଇଁ ମହିଳାଙ୍କ ବେକ କାଟିଲେ

ଭୁବନେଶ୍ବର: କଟକଣା ଭିତରେ ମାତିଛନ୍ତି ଲୁଟେରା । ଏକୁଟିଆ ଦେଖି ମହିଳାଙ୍କୁ ଛୁରୀ ମାରି ଲୁଟ ଉଦ୍ୟମ କଲେ ଲୁଟେରା । ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି ରୋଡରେ ଘଟିଛି ଏହି ଘଟଣା । ଯାହାର ସଂପୂର୍ଣ୍ଣ ଚିତ୍ର ସିସିଟିଭିରେ କଏଦ ହୋଇଛି । ସୂଚନା ଅନୁସାରେ, ସକାଳୁ ମହିଳା ଜଣଙ୍କ ପରିବା ଆଣିବା ପାଇଁ ଯାଉଥିଲେ । ଠିକ୍ ଏହି ସମୟରେ ତାଙ୍କୁ ଦୁର୍ବୃତ୍ତ ଏକୁଟିଆ ଦେଖି ଧାରୁଆ ଛୁରୀରେ ଆକ୍ରମଣ କରି ତାଙ୍କ ହାତରେ ପିନ୍ଧିଥିବା ସୁନା ଚୁଡ଼ି ଲୁଟ କରିବା ପାଇଁ ଚେଷ୍ଟା କରିଥିଲେ । ସେପଟେ ମହିଳା ଜଣକ ଗୁରୁତର ଅବସ୍ଥାରେ ନୟାପଲ୍ଲୀ ସ୍ଥିତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

 

ସମ୍ବନ୍ଧିତ ଖବର