ରାଜଧାନୀରେ ମହିଳା ଡାକ୍ତରଙ୍କ ଘରୁ ଲୁଟ୍

ଭୁବନେଶ୍ବର: ରାଜଧାନୀରେ ଜଣେ ମହିଳା ଡାକ୍ତରଙ୍କ ଘରୁ ଲୁଟ୍ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସରିତା ମଲ୍ଲିକଙ୍କ ସରକାରୀ କ୍ବାର୍ଟରରେ ଚୋରମାନେ କଳାକନା ବୁଲାଇଛନ୍ତି। ୟୁନିଟ ୩ ରିଜର୍ଭ ବ୍ୟାଙ୍କ ପାଖରେ ଥିବା ସରିତା ମଲ୍ଲିକଙ୍କ ଘରୁ ଲୁଟ କରିଛନ୍ତି ଲୁଟେରା। ଗତକାଲି ସରିତାଙ୍କ ଘରେ କେହି ନଥିଲେ। ଏହାର ସୁଯୋଗ ନେଇ ଘରେ ପଶି ଲୁଟ କରିଛନ୍ତି ଚୋର।

ଘରେ ଥିବା ସୁନା, ରୁପା, ଲାପଟପ, ଟ୍ୟାପ ସମେତ ନଗଦ ୬୦ ହଜାର ଅଧିକ ଟଙ୍କା ବି ଲୁଟ କରିଛନ୍ତି। ଶେଷରେ ଚୋରମାନେ ବାଥରୁମର ପାଣି ଟ୍ୟାପକୁ ବି ଭାଙ୍ଗି ନେଇଯାଇଛନ୍ତି । ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛନ୍ତି। ଏହି ଲୁଟ୍ ଜରିଆରେ ପୁଣି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା।

ସମ୍ବନ୍ଧିତ ଖବର