ଭୁବନେଶ୍ୱର : ଲକ୍ଷ୍ମୀସାଗର ହଳଦୀପଡ଼ିଆ ବସ୍ତି ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଅପହରଣ କରି ନେଇ କେନ୍ଦୁଝର ଘଟଗାଁରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା କେନ୍ଦୁଝର ଘଟଗାଁ ଥାନା ନାକଝରି ଅଞ୍ଚଳର ସୁରେଶ ନାୟକ। ଆଜି କ୍ୟାପିଟାଲ୍ ହସ୍ପିଟାଲରେ ଉଭୟଙ୍କର ଡାକ୍ତରୀ ମାଇନା କରାଯାଇଛି। ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।
ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ସୁରେଶ ନାବାଳିକାକୁ ପ୍ରେମ ଜାଲରେ ଫସାଇ ଗତ ଅକ୍ଟୋବର ୨୩ ତାରିଖରେ ଅପହରଣ କରି ନେଇଥିଲା। ନାବାଳିକାକୁ ନେଇ ନିଜ ଗାଁକୁ ପଳାଇଥିଲା। ଏ ନେଇ ନାବାଳିକାର ପରିବାର ଲୋକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଅପହରଣ ମାମଲା ରୁଜୁ କରିଥିଲା। ସେମାନେ ଘଟଗାଁ ନାକଝରିରେ ଥିବା ଜାଣିବା ପରେ ପୁଲିସ ଟିମ୍ ସେଠାରେ ଚଢ଼ଉ କରି ସୁରେଶକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/arrest4.jpg)