ଭୁବନେଶ୍ବର: ମଞ୍ଚ ଉପରେ ରଙ୍ଗିନ ଆଲୋକ, ଧୀର ସଙ୍ଗୀତ ଓ ଧୂଆଁଳିଆ ପରିବେଶରୁ ବାହାରି ଆସୁଥିଲେ ସୁନ୍ଦର ମଡେଲମାନେ। ନଥିଲେ ଅଳ୍ପ ବୟସ୍କା କି କଲେଜ ପଢ଼ୁଆ। ସମସ୍ତେ ଥିଲେ ବିବାହିତା। ପୁଣି କେହି କେହି ଦାୟିତ୍ବସମ୍ପନ୍ନା ମା’ ମଧ୍ୟ। ଘର କାମ ଓ ସଂସାର ଜଞ୍ଜାଳ ଭିତରେ ନିଜକୁ ଓ ନିଜ ଅସ୍ତିତ୍ବକୁ ଭୁଲି ଯାଇଥିବା ବିବାହିତା ମହିଳାମାନଙ୍କୁ ଏକ ସୁଯୋଗ ଦେବା ଏବଂ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଅମ୍ବିକା ଫାଉଣ୍ଡେସନ୍ ପକ୍ଷରୁ ଆଜି ଉତ୍କଳ ମଣ୍ଡପଠାରେ ଆୟୋଜିତ ହୋଇଥିଲା ‘ଶ୍ରୀମତୀ ଭୁବନେଶ୍ବରୀ’ ସୁନ୍ଦରୀ ପ୍ରତିଯୋଗିତା। ଏହି ଅବସରରେ ୧୦ଜଣ ଫାଇନାଲିଷ୍ଟ୍ଙ୍କ ମଧ୍ୟରେ ଆଧୁନିକ ଓ ପାରମ୍ପରିକ ପୋଷାକର ରୢାମ୍ପ ସୋ’ ଓ ଜ୍ଞାନ ପରୀକ୍ଷା ଆଦି ତିନୋଟି ରାଉଣ୍ଡ ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜ୍ୟୋତି ଦାସ, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ନୃତ୍ୟଶିଳ୍ପୀ ସୁହାଗ ନଳିନୀ ଦାସ, ସାମ୍ବାଦିକ ସତ୍ୟ ପାଣିଗ୍ରାହୀ ଓ ସୌମିତା ଦାସ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପରିଚୟ ଫାଉଣ୍ଡେସନ୍ର ପ୍ରତିଷ୍ଠାତ୍ରୀ ରୋଜାଲିନ୍ ପାଟ୍ଟଶାଣୀ, ଆଇଏସ୍ଡି ପ୍ରତିଷ୍ଠାତ୍ରୀ ଶୁଭଶ୍ରୀ ଦାସ ଓ ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଫାଉଣ୍ଡେସନ୍ର ପ୍ରତିଷ୍ଠାତ୍ରୀ ଅମ୍ବିକା ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଫାଉଣ୍ଡେସନ୍ର ସଭାପତି ତ୍ରିନାଥ ମହାରଣା, ଉପଦେଷ୍ଟା ବ୍ରଜେନ୍ଦ୍ର ପ୍ରସାଦ ଦାସ ଓ କାର୍ଯ୍ୟକାରୀ ସଭାପତି ସୁନନ୍ଦା ମେହେର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ବିବାହିତା ମହିଳାଙ୍କୁ ନେଇ ‘ଶ୍ରୀମତୀ ଭୁବନେଶ୍ବରୀ’
/sambad/media/post_attachments/wp-content/uploads/2019/01/Untitled-12-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)