ବିଜିୟୁରେ ମିସ୍‌ ଇଣ୍ଡିଆ ଖଦୀ ଫାଇନାଲ ପ୍ରତିଯୋଗିତା

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟିଠାରେ ମିସ୍‌ ଇଣ୍ଡିଆ ଖଦୀ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗାର୍ଗୀ ରାଜ୍‌, କଲ୍ୟାଣୀ ଅଗ୍ରୱାଲ ଏବଂ ପ୍ରାଚୀ ପରିଡ଼ା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଡିସେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମିସ୍‌ ଇଣ୍ଡିଆ ଫାଇନାଲ୍‌ରେ ଏହି ବିଜୟୀ ପ୍ରତିଯୋଗୀମାନେ ଓଡ଼ିଶା ପକ୍ଷରୁ ନିଜର ପ୍ରତିଭା ପ୍ରଦର୍ଶନ କରିବେ। କୁଳପତି, ପ୍ରଫେସର ସୁଧାକର ପଣ୍ଡା, ପ୍ରଫେସର ପି. ନାୟକ, ଡିନ୍‌, ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ୍‌, କପିଳ କେଲ୍‌କାର୍‌, ଭାଇସ୍‌ ପ୍ରିନ୍ସିପାଲ ତଥା ଏଚ୍‌ଓଡି, ଏସ୍‌ଆଇଡିଆଇ, ରାୟପୁର, ହର୍ଷିତ୍‌ ଗୁପ୍ତା, ବଲିଉଡ୍‌ ଫଟୋଗ୍ରାଫର ପି କେ ଭୂୟାଁ ଏବଂ ନିବେଦିତା ଜେନା, ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର, କେ ଭି ଆଇସି ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର