ଭୁବନେଶ୍ୱର : ମିସେସ୍‌ କଳିଙ୍ଗ ଇଣ୍ଟରନ୍ୟାସନାଲ୍‌ ୨୦୧୮ ପାଇଁ ଅଡିସନ୍‌ କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖରେ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ। ଏଥିରେ ନୃତ୍ୟ, ସଂଗୀତ, ଅଭିନୟ ଓ ଫ୍ୟାସନ ସୋ ଭଳି ପ୍ରତିଯୋଗିତା ରହିବ ଯେଉଁଥିରେ ୨୦ରୁ ୪୦ ବର୍ଷ ବୟସର ଶ୍ରୀମତୀମାନେ ଭାଗ ନେଇ ପାରିବେ। ବୀଣାପାଣୀ ନାଟ୍ୟସଂସ୍ଥାର ରୌପ୍ୟଜୟନ୍ତୀ ସମାରୋହ ଅବସରରେ ମିସେସ୍‌ କଳିଙ୍ଗ ସହ ମିସ୍‌ ଓ ଲିଟିଲ୍‌ ମିସ୍‌ କାର୍ଯ୍ୟକ୍ରମ ଯଥାକ୍ରମେ ମେ’ ଓ ଅଗଷ୍ଟ ମାସରେ କରାଯିବ। ଏଥିରେ ଦେଶ ବିଦେଶରେ ରହିଥିବା କଳିଙ୍ଗ କନ୍ୟାମାନେ ଭାଗ ନେଇପାରିବେ। ନଭେମ୍ବର ୨୫ରେ ରବୀନ୍ଦ୍ର ମଣ୍ଡପଠାରେ ମିସେସ୍‌ କଳିଙ୍ଗ, ମିସ୍‌ କଳିଙ୍ଗ ଓ ଲିଟିଲ୍‌ ମିସ୍‌ କଳିଙ୍ଗର ମହାସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅବସରରେ ଶ୍ରେଷ୍ଠ ପ୍ରତିଯୋଗୀକୁ ବିଜୟନୀ ମୁକୁଟ ସହ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ ବୋଲି ବୀଣାପାଣି ନାଟ୍ୟସଂସ୍ଥାର ସମ୍ପାଦକ ବିଚିତ୍ର ମଲିଆ ସୂଚନା ଦେଇଛନ୍ତି।