ଚନ୍ଦ୍ରଶେଖରପୁର: ସ୍ଥାନୀୟ ନୀଳାଦ୍ରିବିହାରର ଓଡ଼ିଆ ବୋହୂ ପ୍ରତିମା ପଣ୍ଡା ଦିଲ୍ଲୀରେ ଅନୁଷ୍ଠିତ ‘ମିସେସ୍ କୁଇନ୍ ୟୁନିଭର୍ସ-୨୦୧୯’ ପ୍ରତିଯୋଗିତାର ଟାଇଟଲ୍ ହାସଲ କରିଛନ୍ତି। ଗତ ୧୬ତାରିଖରେ ଆରମ୍ଭ ହୋଇଥିବା ମିସେସ୍ କୁଇନ୍ ୟୁନିଭର୍ସ-୨୦୧୯ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିଥିଲେ। ଏଥିରେ ଦେଶର ମୋଟ ୪୫ଜଣ ପ୍ରତିଯୋଗୀ ଚୟନ ହୋଇଥିବା ବେଳେ ଓଡ଼ିଶାରୁ ୩ଜଣ ଯୋଗ ଦେଇଥିଲେ। ଏମ୍ଆଇଏଚ୍ଏମ୍ ସଂସ୍ଥା ପକ୍ଷରୁ ୫ଦିନ ଧରି ଅନୁଷ୍ଠିତ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ସେ ଗ୍ରୁମିଂ ସେକ୍ସନ୍, କ୍ୟାଟ୍ ୱାକ୍, ସୁଇମିଂ ୱେର, ଏକାନ୍ତ ସାକ୍ଷାତକାର, ମଞ୍ଚ ପ୍ରଦର୍ଶନ, ସାଂସ୍କୃତିକ ପୋଷାକ ପରିଧାନରେ ସଫଳତା ହାସଲ କରିଥିଲେ। ଗତ ମଙ୍ଗଳବାର ଦିନ ଅନୁଷ୍ଠିତ ଚୂଡ଼ାନ୍ତ ପର୍ଯ୍ୟାୟରେ ସେ ଟାଇଟଲ୍ ମୁକୁଟ ହାସଲ କରିଛନ୍ତି। ଆୟୋଜକ ସଂସ୍ଥାର ପ୍ରତିଷ୍ଠାତା ତଥା ଏମଏସ୍ ୱାର୍ଲଡ୍ ଡାଇଭର୍ସିଟି ସଭ୍ୟ ନାଜ ଯୋଶୀ, ବିଚାରକ ସଭ୍ୟ ଦିନେଶ ମୋହନ ଓ ରୀତା ଗାଙ୍ଗୱାନି ପ୍ରମୁଖ ଉପସ୍ଥିତ ରହି ପ୍ରତିମାଙ୍କୁ ଟାଇଟଲ୍ ମୁକୁଟ ପ୍ରଦାନ କରିଥିଲେ। ଭଦ୍ରକ ଜିଲ୍ଲା ସଂସ୍ଥିଆ ଅଞ୍ଚଳର ପ୍ରତିମା ବିବାହ ପରେ ଭୁବନେଶ୍ବର ନୀଳାଦ୍ରି ବିହାରରେ ପରିବାର ସହ ରହୁଛନ୍ତି।
ଓଡ଼ିଆ ବୋହୂଙ୍କୁ ‘ମିସେସ୍ କୁଇନ୍ ୟୁନିଭର୍ସ’ ଟାଇଟଲ୍
/sambad/media/post_attachments/wp-content/uploads/2019/06/Untitled-15-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)