ଭୁବନେଶ୍ବର: ମିଳିଲା ନିଖୋଜ ଯୋଗେଶ ବାଲାଜିଙ୍କ ସନ୍ଧାନ। ମୈତ୍ରୀ ବିହାର ପୁଲିସ ଜେନାପୁର ରେଳ ଷ୍ଟେସନରୁ ଯୋଗେଶଙ୍କୁ ଉଦ୍ଧାର କରିଛି। ପିଲାଟିକୁ ଉଦ୍ଧାର କରିବା ପରେ ମୈତ୍ରୀ ବିହାର ପୁଲିସ ତାକୁ ଭୁବନେଶ୍ୱର ଆଣିଛି |
ସୂଚନାଯୋଗ୍ୟ,୮ ଦିନ ହେଲା ଯୋଗେଶ ବାଲାଜି ଲିଙ୍ଗାଡ଼ି ନିଖୋଜ ଥିଲେ। ପୁଅକୁ ନପାଇ ଗତକାଲି ଯୋଗେଶଙ୍କ ବାପା ମା’ ମୈତ୍ରୀ ବିହାର ଥାନା ଆଗରେ ଧାରଣା ଦେଇଥିଲେ। ତାଙ୍କ ହଜିଲା ପୁଅକୁ ଫେରାଇ ଆଣିବାକୁ ମହାରାଷ୍ଟ୍ରର ଦମ୍ପତି ଆକୁଳ ନିବେଦନ କରିଥିଲେ। ତେବେ ତାଙ୍କ ମୋବାଇଲକୁ ଧମକପୂର୍ଣ୍ଣ ମେସେଜ ଆସୁଥିବା ମଧ୍ୟ ସେମାନେ ଅଭିଯୋଗ କରିଥିଲେ। ୩ ଲକ୍ଷ ଟଙ୍କା ଦେଲେ ପୁଅକୁ ଫେରି ପାଇବେ ବୋଲି ଅଜଣା ନମ୍ବରରୁ ମେସେଜ ଆସୁଥିବା ସେ କହିଥିଲେ। ତେବେ ଅପହରଣ ଅଭିଯୋଗକୁ କମିଶନରେଟ ପୁଲିସ ଖଣ୍ଡନ କରିଛି |ଭୁବନେଶ୍ୱର ଷ୍ଟେସନ ନିକଟରେ ସାଇକେଲ ଥୋଇ ଯୋଗେଶ ବାଲୁଗାଁ ଯାଇଥିଲେ ବୋଲି ପୁଲିସ କହିଛି |
ପୁଅ ମିଳିବା ପରେ ଯୋଗେଶଙ୍କ ପରିବାର କମିଶନରେଟ ପୁଲିସକୁ ସାଧୁବାଦ ଜଣାଇଛନ୍ତି। ଯୋଗେଶଙ୍କ ବାପା କହିଛନ୍ତି, “ପୁଲିସ ପାଇଁ ମୋ ପୁଅ ଆଜି ମିଳିପାରିଛି”।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/936f7f49-fd6c-4aac-869c-299441fb4cbe.jpg)