ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଓ ଗ୍ରିନ ୱାର୍ଲଡ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ ଅଭିଯାନ ‘ମିସନ୍ ଗ୍ରିନ ଭୁବନେଶ୍ୱର’ ଆରମ୍ଭ ହୋଇଛି। ଏହି ଅଭିଯାନରେ ପ୍ରଥମ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଇଆରସି ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ।
ବୃକ୍ଷ ଗୁଡ଼ିକର ଯତ୍ନ ନିଆଯାଇ ସମସ୍ତ ଗଛ ବଞ୍ଚାଇବାକୁ ଦୃଢ଼ ସଂକଳ୍ପ ନେଇଛନ୍ତି ଗ୍ରିନ ୱାର୍ଲଡ ଟ୍ରଷ୍ଟର ଅଧ୍ୟକ୍ଷ ନୃପେଶ କୁମାର ନାୟକ। ଏହି ମିସନ ଜରିଆରେ ଭୁବନେଶ୍ୱର ମହାନଗର ମଧ୍ୟରେ ପ୍ରାୟ ୪୦୦୦ ଗଛ ଲଗାଯାଇ ସେଗୁଡ଼ିକର ଯତ୍ନ ନିଆଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବହୁ କର୍ପୋରେଟରଙ୍କ ସମେତ ବୃକ୍ଷପ୍ରେମୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/25-7.jpg)