ଆଜିଠାରୁ ବିଏମ୍‌ସି ଅଞ୍ଚଳରେ ମିସନ ଇନ୍ଦ୍ରଧନୁଷ୍‌ ବିଧିମାନ୍ୟତା ସର୍ବେକ୍ଷଣ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ବିଏମ୍‌ସି ଅଞ୍ଚଳରେ ମିସନ ଇନ୍ଦ୍ରଧନୁଷ ଅଧୀନ ସର୍ବେକ୍ଷଣରେ ସଂଗୃହୀତ ତଥ୍ୟ ଓ ଗୃହର ବିଧିମାନ୍ୟତା କାର୍ଯ୍ୟ ଆରମ୍ଭ ହେବ। ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ ପକ୍ଷରୁ କରାଯାଉଥିବା ଏହି ବିଧିମାନ୍ୟତା କାର୍ଯ୍ୟକ୍ରମ ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ଚାଲିବ।

ବିଏମ୍‌ସିର ୬୭ଟି ଓ୍ଵାର୍ଡରେ ଏହି କାର୍ଯ୍ୟ କରାଯିବ। ଏଥିପାଇଁ ୬୭ଟି ଦଳ ଗଠନ କରାଯାଇଛି। ପ୍ରତି ଦଳରେ ୨ଜଣ ଲେଖାଏଁ କର୍ମକର୍ତା ରହିଛନ୍ତି। ସେମାନେ ବିଏମ୍‌ସିର ବସ୍ତି ଅଞ୍ଚଳ ସମେତ ବିଭିନ୍ନ ସ୍ଥାନକୁ ଯାଇ ମିସନ ଇନ୍ଦ୍ରଧନୁଷ ପାଇଁ ସଂଗୃହୀତ ତଥ୍ୟର ଯାଞ୍ଚ କରିବେ। ବିଶେଷ କରି ଗର୍ଭବତୀ ମହିଳା ଓ ଦୁଇ ବର୍ଷରୁ କମ ବୟସର ଶିଶୁମାନଙ୍କ ତଥ୍ୟ ଯାଞ୍ଚ କରିବା ସହିତ ସାମିଲ ହୋଇ ନ ଥିବା ମା’ ଓ ଶିଶୁମାନଙ୍କ ନାମ ପଞ୍ଜୀକରଣ କରାଇବା ସହିତ ଟିକାକରଣ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିବାର ବ୍ୟବସ୍ଥା କରିବେ। ବିଏମ୍‌ସି ଓ ଆଇସିଡିଏସ୍‌ର ଅଧିକାରୀମାନଙ୍କ ସହାୟତାରେ ଏହି ବିଧିମାନ୍ୟତା କାର୍ଯ୍ୟକ୍ରମ କାର୍ଯ୍ୟ କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର