ଭୁବନେଶ୍ୱର: ଏଡୁଜବ୍‌ସ ଏକାଡେମି ପକ୍ଷରୁ ଛାତ୍ରୀମାନଙ୍କ ପାଇଁ ଏକ ଆତ୍ମରକ୍ଷା କୌଶଳ ସମ୍ପର୍କିତ କାର୍ଯ୍ୟକ୍ରମ ମିସନ ସାହସୀ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀ, ଯୁବତୀ କିମ୍ବା ମହିଳାମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ କିପରି ସାହସିକତା ଓ ନିର୍ଭୀକତାର ସହିତ ଏହାର ମୁକାବିଲା କରିପାରିବେ, ତାହା ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରଶିକ୍ଷିକା ହରପ୍ରିୟା ପୃଷ୍ଟି ଏହି ପ୍ରଶିକ୍ଷଣ ଦେଇଥିଲେ। ପ୍ରାୟ ୧୫୦ରୁ ଊର୍ଧ୍ୱ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।