ଭୁବନେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ‘ମିସନ୍ ସାହସୀ’ କାର୍ଯ୍ୟକ୍ରମ ଆଜି ବରମୁଣ୍ଡା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାରା ଦେଶର ଛାତ୍ରଛାତ୍ରୀଙ୍କୁ ଭୟମୁକ୍ତ କରାଇବା ଓ ଆତ୍ମାରକ୍ଷା କରିବାର କୌଶଳ ସଂପର୍କରେ ଅବଗତ କରାଯାଇଥିଲା। ଗତ ଏକ ମାସ ଧରି କୁଶଳୀ ପ୍ରଶିକ୍ଷକଙ୍କ ଦ୍ବାରା ଓଡ଼ିଶାର ବିଭିନ୍ନ କଲେଜ କ୍ୟାମ୍ପସ୍ରେ ଏବିଭିପି ତରଫରୁ ଏହି ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦିଆଯାଇଛି। ଓଡ଼ିଶାରେ ୩୬ଟି ସ୍ଥାନରେ ୨୦ ହଜାରରୁ ଅଧିକ ଛାତ୍ରୀ ନିଜର ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଛନ୍ତି। ଆଜି ପ୍ରଶିକ୍ଷକ ସୌମ୍ୟରଞ୍ଜନ ଦାଶଙ୍କ ଦ୍ବାରା ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ଛାତ୍ରୀମାନେ କିପରି ନିଜକୁ ସୁରକ୍ଷିତ ରଖିବେ ସେ ସଂପର୍କରେ ମତ ଦେଇଥିଲେ। ଏବିଭିପିର ରାଜ୍ୟ ଉପସଭାପତି ଗାର୍ଗୀ ବାନାର୍ଜୀ ‘ମିସନ୍ ସାହସୀ’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଏବିଭିପିର ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ଡା ଓ ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ ଏଥିରେ ଉପସ୍ଥିତ ଥିଲେ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ଲିନା ନନ୍ଦିତା ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭୁବନେଶ୍ବର ମହାନଗର ସମ୍ପାଦକ ସଂଜୟ ମଲ୍ଲିକ ଧନ୍ୟବାଦ ଦେଇଥିଲେ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ‘ମିସନ୍ ସାହସୀ’
/sambad/media/post_attachments/wp-content/uploads/2018/10/m7-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)