ଅଟୋରେ ଯୁବତୀଙ୍କୁ ଅସଦାଚରଣ

ଭୁବନେଶ୍ବର : ଏଜି ଛକରୁ ରାଜମହଲ ଛକ ମଧ୍ୟରେ ରାଜଧାନୀର ସବୁଠୁ ଜନଗହଳିପୂର୍ଣ୍ଣ ରାଜପଥରେ ଚଳନ୍ତା ଅଟୋରେ ଜଣେ ଯୁବତୀ ଅସଦାଚରଣର ଶିକାର ହୋଇଛନ୍ତି। ତେବେ ଯୁବତୀଙ୍କ ସାହସ ପାଇଁ ଲୋକେ ଅଭିଯୁକ୍ତକୁ କାବୁ କରି ପୁଲିସ ଜିମା ଦେଇଛନ୍ତି।

ସୂଚନାନୁସାରେ, ଯୁବତୀ ଜଣଙ୍କ ଏକ ହସ୍ପିଟାଲ କର୍ମଚାରୀ। ଶନିବାର ଦିନ ସେ ଏଜି ଛକରୁ ଅଟୋ ଯୋଗେ କଳ୍ପନା ଛକ ଅଭିମୁଖେ ଆସୁଥିଲେ। ପଛ ସିଟ୍‌ରେ ପୂର୍ବରୁ ଦୁଇ ଜଣ ଯୁବକ ବସିଥିଲେ। ସେମାନଙ୍କ ଭିତରୁ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିଲା। ତେବେ ଅଟୋଟି ରାଜମହଲ ଛକରେ ପହଞ୍ଚିବା କ୍ଷଣି ଯୁବତୀ ଅଟୋରୁ ଓହ୍ଲାଇ ଆଗ ଚାବି ବାହାର କରି ନେଇଥିଲେ। ଫଳରେ ଅଟୋ ଅଟକି ରହିଥିଲା। ଯୁବତୀଙ୍କ ପାଟି ଶୁଣି ରାସ୍ତାରେ ଯାଉଥିବା ଲୋକମାନେ ଜମା ହୋଇ ଯାଇଥିଲେ। ଘଟଣା ଜାଣିବା ପରେ ସେମାନେ ଅଭିଯୁକ୍ତକୁ କାବୁ କରିବା ସହ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଳେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଓ ଅଟୋଚାଳକଙ୍କୁ ଥାନାକୁ ନେଇଥିଲା।

ସମ୍ବନ୍ଧିତ ଖବର