ଚନ୍ଦ୍ରଶେଖରପୁର: ଏକ ଘରୋଇ ଚ୍ୟାନେଲ୍ ଲୋଗୋକୁ ବ୍ୟବହାର କରି କେହି ଜଣେ ଦୁର୍ବୃତ୍ତ କିଛି ରାଜନେତାଙ୍କ ନାମରେ ଅପପ୍ରଚାର କରୁଥିବା ଇନ୍ଫୋସିଟି ଥାନାରେ ଅଭିଯୋଗ ହୋଇଛି। ଏନେଇ ଚ୍ୟାନେଲ୍ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ୍ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିବା ଆଇଆଇସି ବିଶ୍ବଜିତ୍ ମହାନ୍ତି କହିଛନ୍ତି। ଘଟଣାକୁ ନେଇ ପୁଲିସ୍ ସାଇବର୍ ଅପରାଧ ନିୟନ୍ତ୍ରଣ ଟିମ୍ର ସହଯୋଗରେ ମିଥ୍ୟା ଖବର ଅପପ୍ରଚାର କରିଥିବା ଅଭିଯୁକ୍ତକୁ ଖୋଜି ବାହାର କରିବା ପାଇଁ ଚେଷ୍ଟା ଚଲାଇଛି।
ଘଟଣାଅନୁଯାୟୀ ଗତ ଦୁଇ ଦିନ ପୂର୍ବେ ମଧ୍ୟାହ୍ନରେ କେହି ଜଣେ ବ୍ୟକ୍ତି ବିଭିନ୍ନ ପ୍ରକାର ସାମାଜିକ ଗଣମଧ୍ୟମରେ ଶାସକଦଳର କିଛି ରାଜନେତାଙ୍କ ବିରୋଧରେ ଅପପ୍ରଚାର ଲେଖି ଏକ ଚ୍ୟାନେଲର ଲୋଗୋ ଏଡିଟିଂ କରି ଭାଇରାଲ୍ କରିଥିଲେ। ଏନେଇ ଚ୍ୟନେଲ୍ କତୃପକ୍ଷଙ୍କୁ ସୂଚନା ମିଳିବାପରେ କର୍ତ୍ତୃପକ୍ଷ ସେହି ଛବିଗୁଡ଼ିକୁ ଦେଖି ସେସବୁ ଏଡିଟିଂ କରାଯାଇଥିବା ଜାଣିବାକୁ ପାଇଥିଲେ। ପରେ ଏନେଇ ଥାନାରେ ଏତଲା ଦଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/infocity-police-station.jpg)