ଭୁବନେଶ୍ବର: ଆଜି ସକାଳେ ସହିଦନଗରସ୍ଥିତ ମୁଖରୁଚି ନମ୍କିନ୍ ଓ ସ୍ବିଟ୍ସ କାରଖାନାରେ ଘଟିଥିବା ଅଗ୍ନିକାଣ୍ଡରେ ବିପୁଳ କ୍ଷୟକ୍ଷତି ହୋଇଛି। କାରଖାନା ଘରଟି ସମ୍ପୂର୍ଣ୍ଣ ଜଳିଯାଇଛି ଏବଂ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ପାଉଁଶ ହୋଇଯାଇଛି। ଦୁଇ ଦୁଇଟି ଦମକଳ ପାଖାପାଖି ୨ ଘଣ୍ଟା ଲାଗି ନିଆଁକୁ ଆୟତ୍ତ କରିଥିଲେ। ଜନବସତି ଭିତରେ ଚାଲିଥିବା ଏହି କାରଖାନାରେ ଘଟିଥିବା ଅଗ୍ନିକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ସକାଳେ ମିକ୍ଶ୍ଚର ପ୍ରସ୍ତୁତି ଚାଲିଥିଲା। କାରଖାନାର ପଛପଟେ ଥିବା ଆଜ୍ବେଷ୍ଟସ୍ ଘରେ ଭାଟି ଲାଗିଥିଲା ଏବଂ ଛଣାଛଣି କାମ ଚାଲିଥିଲା। ମିସ୍ତ୍ରିଙ୍କ ଅସାବଧାନତା ଯୋଗୁ ହଠାତ୍ ତେଲ କଡ଼େଇରେ ନିଆଁ ଧରିଥିଲା।
୧୫ ବର୍ଷ ହେଲା ହୋଲ୍ଡିଂ ଟିକସ ସଂଶୋଧିତ ହୋଇନି
ଅଗ୍ନିକାଣ୍ଡରେ ଭସ୍ମ ହୋଇଯାଇଥିବା ସହିଦନଗରସ୍ଥିତ ମୁଖରୁଚି ମିକ୍ସଚର ଦୋକାନର ହୋଲ୍ଡିଂ ଟିକସ ୧୫ ବର୍ଷ ହେଲା ସଂଶୋଧିତ ହୋଇନି। ବିଏମ୍ସିରେ ଖୋଳତାଡ଼ ବେଳେ ଏଭଳି ବିଚିତ୍ର ତଥ୍ୟ ପଦାକୁ ଆସିଛି। ୨୦୧୦ ମସିହା ଜୁଲାଇ ୧ ତାରିଖରେ ଏହି ଜାଗାର ବାଣିଜ୍ୟିକ ହୋଲ୍ଡିଂ ଟିକସ ସଂଶୋଧିତ ହୋଇଥିଲା। ପ୍ଲଟ୍ ନଂ ୫୩୫ରେ ସାମନାରେ ୧୭୪ ବର୍ଗଫୁଟ୍ ପଛରେ ୮୪୪ ବର୍ଗଫୁଟ୍ ଘରର ହୋଲ୍ଡିଂ ସଂଖ୍ୟା ହେଉଛି ୫୯୫। ବର୍ଷକୁ ୧୨ହଜାର ୧୪୪ ଟଙ୍କା ଟିକସ ଧାର୍ଯ୍ୟ ହୋଇଛି। ଏହା ସଂଶୋଧିତ ହେଲେ ୩୫ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। କିଏ କାହିଁକି ଏହାକୁ ସଂଶୋଧିତ କରିନଥିଲା? କେଉଁ ସ୍ବାର୍ଥରେ ସବୁ ନିରବ ଥିଲେ ତାହାକୁ ନେଇ ତନାଘନା ହେଉଛି। ଘରାର ମୂଳ ମାଲିକ ପ୍ରେମାନନ୍ଦ ଦାସଙ୍କୁ ବିଏମ୍ସି ଯୋଗାଯୋଗ କରିବା ଆରମ୍ଭ କରିଛି।
ଫଳରେ ଗରମ ତେଲ ଉପରକୁ ଛିଟିକିବାକୁ ଲାଗିଥିଲା ଏବଂ ତା’ ସାଙ୍ଗରେ ନିଆଁ ମଧ୍ୟ ଉଠିଯାଇଥିଲା। ତେଣୁ ଭାଟି ନିକଟରେ ଥିବା ସବୁ ଜିନିଷରେ ନିଆଁ ଲାଗିଯାଇଥିଲା। ଚାହୁଁଚାହୁଁ ଚାରିଆଡ଼େ ନିଆଁ ବ୍ୟାପି ଯାଇଥିଲା। ଗୋଦାମ ଭିତରେ ଥିବା ମିକ୍ଶ୍ଚର ଓ ନମ୍କିନ୍ ପ୍ୟାକେଟ୍ସବୁକୁ ନିଆଁ ବ୍ୟାପିଯାଇଥିଲା। ଚାରିଜଣ ମିସ୍ତ୍ରି ପ୍ରଥମେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେମାନେ ପାରି ନଥିଲେ। ତେଣୁ ନିଜ ଜୀବନ ବଞ୍ଚାଇବାକୁ ସେମାନେ ବିକଳରେ ବାହାରକୁ ପଳାଇଆସିଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ଆରମ୍ଭ କରିଥିଲା। ଗୋଦାମ ଘର ବେଶ୍ ସଂକୀର୍ଣ୍ଣ ହୋଇଥିବା ଯୋଗୁ ଅଗ୍ନିଶମ ବାହିନୀ ଭିତରକୁ ଯାଇପାରି ନଥିଲେ। ତେଣୁ ସ୍କାଏଲାଇଟ୍ ବାଟେ ପାଣି ପକାଇ ନିଆଁକୁ ଆୟତ୍ତ କରାଯାଇଥିଲା।
ସହିଦନଗରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବିପଦସଂକୁଳ ଅବସ୍ଥାରେ ଏହି ଫ୍ୟାକ୍ଟ୍ରି ଚାଲିଛି ବୋଲି ପୂର୍ବରୁ ବିଏମ୍ସି ନିକଟରେ ଅଭିଯୋଗ ହୋଇଥିଲା। ବିଏମ୍ସି ମଧ୍ୟ ଏନେଇ ଫ୍ୟାକ୍ଟ୍ରି ମାଲିକଙ୍କୁ ପୂର୍ବରୁ ନୋଟିସ୍ କରିଥିଲା। ଏନେଇ ମେୟର ସୁଲୋଚନା ଦାସ କହିଛନ୍ତି ଯେ ଏଭଳି ଅଘଟଣ ଦୁର୍ଭାଗ୍ୟଜନକ। ବ୍ୟସ୍ତବହୁଳ ଅଞ୍ଚଳରୁ ଫ୍ୟାକ୍ଟ୍ରିକୁ ସ୍ଥାନାନ୍ତର କରି ଅଲଗା ଜାଗାରେ କରିବାକୁ ମାଲିକଙ୍କୁ ନୋଟିସ ଦିଆଯାଇଥିଲା। ଫ୍ୟାକ୍ଟ୍ରି ପାଇଁ ଜାଗା ମିଳିବା ପରେ ସେମାନେ ସ୍ଥାନାନ୍ତର କରିଥା’ନ୍ତେ। ତେଣୁ ଫ୍ୟାକ୍ଟ୍ରି ମାଲିକ କିଛି ଦିନ ପାଇଁ ବିଏମସିକୁ ମହଲତ ମାଗିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/09/U7GrhnMC7cg5cq7C2Jae.jpg)