ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପିତୃ ବିୟୋଗ

ବାଲିପାଟଣା, ବାଲିପାଟଣା ବ୍ଲକର ଜଣେ ଆଦର୍ଶ ଶିକ୍ଷକ ଭାବେ ସୁ-ପରିଚିତ ତଥା ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶି ମିଶ୍ରଙ୍କ ପିତା ଜଗନ୍ନାଥ ମିଶ୍ରଙ୍କ ଆଜି ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା।ସ୍ୱର୍ଗତ ମିଶ୍ର ବାଲିପାଟଣା ବ୍ଲକ ଚଣାହଟ୍ଟା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଜୀବନ ଆରମ୍ଭ କରି ଦୀର୍ଘଦିନ ଧରି ବାଲିପାଟଣା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟକରିଥିଲେ।ଜଣେ ସମୟାନୁବର୍ତ୍ତି,ଛାତ୍ରବତ୍ସଳ ଓ ଆଦର୍ଶ ଶିକ୍ଷକଭାବେ ସେ କେବଳ ବାଲିପାଟଣା ଅଞ୍ଚଳ ନୁହେଁ ସମଗ୍ର ବ୍ଲକରେ ବେଶ୍‌ ପରିଚିତ ଥିଲେ।ନିଜର ଆଦର୍ଶ ଶିକ୍ଷାଦାନ ପାଇଁ ସ୍ୱର୍ଗତ ମିଶ୍ର ଶିକ୍ଷାମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଥିଲେ।ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ମଧ୍ୟମ ପୁତ୍ର ତଥା ବିଧାୟକ ପ୍ରିୟଦର୍ଶି ମିଶ୍ର,ସାନପୁଅ ତଥା ଜଣାଶୁଣା ସମାଜସେବୀ ବିଶ୍ୱଦର୍ଶି ମିଶ୍ର,ତିନି କନ୍ୟା,ଜାମାତା ପ୍ରମୁଖ ଉପସ୍ଥିତ ଥିଲେ।ଜ୍ୟେଷ୍ଠ ପୁତ୍ର ଦେବଦର୍ଶି ମିଶ୍ର ରାଜ୍ୟ ବାହାରେ ରହୁଥିବାରୁ ବାଲିପାଟଣାରେ ଆଜି ପହଞ୍ଚିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହୋଇଛି।ସ୍ୱର୍ଗତ ମିଶ୍ରଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ଛାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାଲିପାଟଣାସ୍ଥିତ ବାସଭବନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର