ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ମୋ ବସ’ ସେବାରେ ଇଂରାଜୀର ବ୍ୟବହାରକୁ ଏଆଇଏସ୍ଏଫ୍ ପ୍ରବଳ ବିରୋଧ କରିଛି। ଆଜି ଏହି ଛାତ୍ର ସଂଗଠନ ପକ୍ଷରୁ ବସ୍ରେ ଇଂରାଜୀ ଶବ୍ଦ ଉପରେ ଓଡ଼ିଆରେ ‘ମୋ ବସ୍’ ଷ୍ଟିକର୍ ଲଗାଯାଇଛି। ପୂର୍ବରୁ ଏହାକୁ ଓଡ଼ିଆରେ ଲେଖିବା ପାଇଁ ସଂଗଠନ ପକ୍ଷରୁ ଇ-ମେଲ୍ ଓ ପତ୍ର ଜରିଆରେ ସଂଶୋଧନ ପାଇଁ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହେଲା ନାହିଁ। ଏଣୁ ସଂଘ ଆଜି ୫୦ରୁ ଊର୍ଦ୍ଧ୍ବ ସଦସ୍ୟଙ୍କ ଜରିଆରେ ଏହି କାର୍ଯ୍ୟ ଆରମ୍ଭ କରିଥିଲା। ମାଷ୍ଟରକ୍ୟାଣ୍ଟିନ୍ ଛକରେ ଛିଡ଼ା ହୋଇ ସଦସ୍ୟମାନେ ଓଡ଼ିଆରେ ‘ମୋ ବସ’ ଷ୍ଟିକରିଂ କରିଥିଲେ। ଛାତ୍ରସଂଘ ପକ୍ଷରୁ ଆଜି ପାଖାପାଖି ୫୦ ସିଟି ବସରେ ଏଭଳି ଷ୍ଟିକରିଂ କରାଯାଇଥିଲା। ଆଗକୁ କେବଳ ଏହି ସିଟି ବସ୍ ନୁହେଁ, ବରଂ ସରକାରଙ୍କ ସମସ୍ତ ପ୍ରକଳ୍ପର ନାମକୁ ଓଡ଼ିଆରେ ଲେଖିବା ପାଇଁ ସଂଘ ଦାବି କରିଛି। ସଂଘ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, ରାଜ୍ୟ ସମ୍ପାଦକ ଜଗନ୍ନାଥ ପାତ୍ର, ଦେଶପ୍ରିୟ ପଣ୍ଡା, ଶଙ୍କର ବାରିକ, ସୌମ୍ୟରଂଜନ ପ୍ରଧାନ, ସୌମ୍ୟରଂଜନ ପାତ୍ର, ବିରେଶ ପଲେଇ, ରିଙ୍କି ବେହେରା, ସୁଚିସ୍ମିତା ଜେନା, ମାମୁନି ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ।
ଓଡ଼ିଆରେ ଲେଖିଲେ ‘ମୋ ବସ୍’
/sambad/media/post_attachments/wp-content/uploads/2018/12/bus-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)