ଆଜିଠାରୁ ୯ ତାରିଖ ପର୍ଯ୍ୟନ୍ତ ମୋ ବସ୍‌ ଚଳାଚଳ ସମୟ ହ୍ରାସ : ସକାଳ ୬ରୁ ଅପରାହ୍ଣ ୨ଟା ଯାଏଁ ଚାଲିବ

ଭୁବନେଶ୍ବର : ଦୁର୍ଗାପୂଜା ସମୟରେ ରାଜଧାନୀର ଭିଡ଼କୁ ନଜରରେ ରଖି ‘ମୋ ବସ୍‌’ ଚଳାଚଳରେ ପରିବର୍ତ୍ତନ କରାଯାଇଛି। କ୍ରୁଟ୍‌ ପକ୍ଷରୁ ଅକ୍ଟୋବର ୫ରୁ ୯ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୨ଟା ପରେ ମୋ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। କ୍ରୁଟ୍‌ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ବର, କଟକ, ଖୋର୍ଦ୍ଧାରେ ଚଳାଚଳ କରୁଥିବା ମୋ ବସ୍‌ଗୁଡ଼ିକ ଏହି ୫ଦିନ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚଳାଚଳ କରିବ। କମିସନରେଟ୍ ପୁଲିସ ପକ୍ଷରୁ ଏହି ୫ଦିନ ବିଭିନ୍ନ ରାସ୍ତାରେ ଅପରାହ୍‌ଣ ୪ଟା ପରେ ଭାରୀଯାନ ଚଳାଚଳ ବନ୍ଦ କରାଯାଇଥିବାରୁ ଏହାକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର