ମୋ ବସ୍‌ ଚାଳକ ଫେରାଇଲେ ୪୯,୫୦୦ ଟଙ୍କା

ଭୁବନେଶ୍ବର : ସଚ୍ଚୋଟତା ଆଗରେ ଲୋଭ ବି ହାର୍‌ ମାନିଯାଏ। ଏହା ପ୍ରମାଣ କରି ଦେଖାଇଛନ୍ତି ‘ମୋ ବସ୍‌’ ଡ୍ରାଇଭର ବିଶ୍ବନାଥ ଖଟୁଆ।

ଘଟଣାଟି ଏମିତି; ବିଶ୍ବନାଥ ବୁଧବାର ସକାଳ ୯ଟାରେ ‘ମୋ ବସ୍‌’ର ରୁଟ୍‌ ନଂ ୨୫ରେ ମଞ୍ଚେଶ୍ବର ଡିପୋକୁ ବସ୍‌ ନେଇ ଯାଉଥିବା ବେଳେ ଗୋଟିଏ ସିଟ୍‌ ଉପରେ ଏକ ବ୍ୟାଗ୍ ଥିବା ଦେଖିଥିଲେ। ଗାଡ଼ିରେ କେହି ଯାତ୍ରୀ ନଥିବାରୁ ଏହି ବ୍ୟାଗ୍‌ଟି କାହାର, କାହିଁକି ଛାଡ଼ିଲା, ତାହା ଜାଣି ପାରିନଥିଲେ। ଏହାପରେ ସେ ବ୍ୟାଗ୍‌ ଖୋଲି ଦେଖନ୍ତି ତ ସେଥିରେ ୪୯,୫୦୦ଟଙ୍କା ଅଛି। ଏତେ ଟଙ୍କା ଦେଖି ସେ ତୁରନ୍ତ ଗାଡ଼ିରୁ ଓହ୍ଲାଇ କାହା ବ୍ୟାଗ୍ ବୋଲି ପଚାରିଲା ବେଳକୁ ଗାଡ଼ି ନିକଟରେ କେହି ଯାତ୍ରୀ ନଥିଲେ। ପ୍ରାୟ ଦୁଇ ଘଣ୍ଟା କାଳ ସେ ସେହିଠାରେ ଉପସ୍ଥିତ ଥିଲେ ହେଁ କେହି ଆସିନଥିଲେ। ତେଣୁ ସେ ବ୍ୟାଗ୍‌ଟିକୁ ଆଣି କ୍ରୁଟ୍‌ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ। ବିଶ୍ବନାଥଙ୍କ ଏଭଳି କାର୍ଯ୍ୟକୁ କ୍ରୁଟ୍‌ କର୍ତ୍ତୃପକ୍ଷ ପ୍ରଶଂସା କରିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଯେଉଁ ବ୍ୟକ୍ତିଙ୍କର ଏହି ବ୍ୟାଗ୍ ହୋଇଥିବ, ସେ ଆବଶ୍ୟକୀୟ ପ୍ରମାଣ ଦେଖାଇ ଟଙ୍କା ସଂଗ୍ରହ କରିବାକୁ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର