ଲିଙ୍ଗରାଜ ମନ୍ଦିରକୁ ଚାଲିବ ‘ମୋ ବସ୍‌’

ଭୁବନେଶ୍ବର: ବିଶ୍ବ ପର୍ଯ୍ୟଟନ ଦିବସରେ କ୍ରୁଟ୍‌ ପକ୍ଷରୁ ରାଜଧାନୀବାସୀଙ୍କୁ ନୂଆ ଭେଟି ଦିଆଯାଇଛି। ଶୁକ୍ରବାର ଠାରୁ ଭୁବନେଶ୍ବର ରେଳ ଷ୍ଟେସନରୁ ଲିଙ୍ଗରାଜ ମନ୍ଦିରକୁ ମୋ ବସ୍‌ ଚାଲିବ। ଏହାକୁ ୩୨ ନଂ ରୁଟ୍‌ ଭାବେ ନାମିତ କରାଯାଇଛି। ଏହି ବସ୍‌ ସେବା ସହରବାସୀ ଓ ପର୍ଯ୍ୟଟକଙ୍କୁ ଲିଙ୍ଗରାଜ ମନ୍ଦିର, ରାଜ୍ୟ ସଂଗ୍ରହାଳୟ, କେଦାରଗୌରୀ ମନ୍ଦିର ଭଳି ସ୍ଥାନ ସମେତ ପୁରୁଣା ଭୁବନେଶ୍ବରର ବହୁ ସ୍ଥାନକୁ ଯୋଡ଼ିବ।

ଏହି ରୁଟ୍‌ରେ ୪ଟି ବସ୍‌ ୧୪ଟି ବସ୍‌ଷ୍ଟପ୍ ଦେଇ ଯାତାୟାତ କରିବେ। ଛକଗୁଡ଼ିକ ହେଲା ମାଷ୍ଟରକ୍ୟାଣ୍ଟିନ, ଅଶୋକ ନଗର, ରାଜମହଲ, କଳ୍ପନା, ରାଜ୍ୟ ସଂଗ୍ରହାଳୟ, ବିଜେବି କଲେଜ, ଏନ୍‌ସିସି କ୍ୟାଣ୍ଟିନ, ଶ୍ରୀ ହସ୍ପିଟାଲ, ରବି ଟକିଜ୍ ଛକ, କେଦାରଗୌରୀ ମନ୍ଦିର, ଲିଙ୍ଗରାଜ ମନ୍ଦିର ରୋଡ ଏବଂ ଲିଙ୍ଗରାଜ ମନ୍ଦିର। ପ୍ରତ୍ୟେକ ଦିନ ପ୍ରଥମ ବସ୍‌ ମାଷ୍ଟରକ୍ୟାଣ୍ଟିନ ଡିପୋରୁ ସକାଳ ୬ଟା ୪୦ରେ ବାହାରିବ ଏବଂ ରାତି ୮ଟା ୫୦ଯାଏ ଏହି ବସ୍‌ ସେବା ମିଳିବ। ସେହିପରି ସକାଳ ୭ଟା ୨୦ରେ ଲିଙ୍ଗରାଜ ମନ୍ଦିର ନିକଟରୁ ପ୍ରଥମ ବସ୍‌ ବାହାରିବ ଏବଂ ରାତି ୯ଟା ୪୦ରେ ଶେଷ ବସ୍‌ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର