ଭୁବନେଶ୍ୱର: ଅନ୍ଲକ୍-୫ ଆଜି ରାତି ୧୧ଟା ୫୯ରେ ଶେଷ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ନଭେମ୍ବର ୨ ତାରିଖ ଠାରୁ ଆହୁରି ୧୭ଟି ରୁଟରେ ‘ମୋ ବସ୍’ ଚାଲିବ। ‘ମୋ ବସ’ ସେବାକୁ ପରିଚାଳନା କରୁଥିବା କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ଏହି ସୂଚନା ଦିଆଯାଇଛି।
କ୍ରୁଟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ରୁଟ୍ ନମ୍ବର ୧୧, ୧୨, ୧୬, ୧୭, ୧୮, ୧୯, ୨୦, ୨୨, ୨୩, ୨୪, ୨୫, ୨୭, ୨୮, ୩୦, ୩୩, ୫୦ ଓ ୭୦ରେ ମୋ ବସ୍ ଗୁଡ଼ିକ ଚାଲିବ । ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ। ମାସ୍କ ପିନ୍ଧି ନ ଥିଲେ ବସ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।
/sambad/media/post_attachments/wp-content/uploads/2020/10/3dff4456-cce6-45dc-8e1d-8f5a34443410-1024x833.jpg)
ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରର ସବୁଠାରୁ ସୁଲଭ ଓ ସୁବିଧା ସାଧାରଣ ବସ ସେବା ‘ମୋ ବସ୍’ ମହାମାରୀ କରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି । ଏହି ବସ୍ ସେବା ବନ୍ଦ ଥିବାରୁ ସାଧାରଣ ଲୋକଙ୍କୁ ଯାତାୟାତରେ ବହୁ ଅସୁବିଧା ହେଉଛି। ସେହିଭଳି ଲୋକଙ୍କୁ ଅନ୍ୟ ଘରୋଇ ସଂସ୍ଥାର ଟ୍ୟାକ୍ସି ଓ କ୍ୟାବରେ ଯାତ୍ରା କରିବା ଦ୍ୱାରା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Mo-bus.jpg)