ବାଲିଅନ୍ତା: ଟଙ୍କପାଣି ସାଇମନ୍ଦିର ରୁଟ୍ରେ ‘ମୋ ବସ୍’ ସେବାକୁ ରଙ୍ଗବଜାର ସତ୍ୟଭାମାପୁର ସ୍ଥିତ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଅଧିକ ୫ କିମି ବଢ଼ା ଯାଇଛି। ଆଜି ଏହି ରୁଟ୍ରେ ସକାଳ ସାଢ଼େ ୮ଟା ସମୟରେ ‘ମୋ ବସ୍’ ସେବାର ଶୁଭାରମ୍ଭ ହୋଇଛି। ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ବସ୍ ଚଳାଚଳର ଆରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର, ଭିଙ୍ଗାରପୁର ସରପଞ୍ଚ ଜୟଶ୍ରୀ ନାୟକ, ସମିତି ସଭ୍ୟ ସନତ ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ଢାଲି ପ୍ରଥମ ଯାତ୍ରୀ ଭାବେ ଟିକେଟ କରି ସାଇମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କାକରୁଦ୍ରପୁର କଲ୍ୟାଣମଣ୍ଡପ ଉଦ୍ଘାଟନ ସଭାରେ ବିଧାୟକ ରଙ୍ଗବଜାରରୁ ଭାୟା ବ୍ରାହ୍ମଣଷଡ଼ଙ୍ଗୀ ଓ ଖମଙ୍ଗ ବଜାର ଛକ ଦେଇ ଜୟଦେବ ପୀଠ ପର୍ଯ୍ୟନ୍ତ ‘ମୋ ବସ୍’ ଚଳାଚଳ ହେବ ବୋଲି ଘୋଷଣା କରିଥିଲେ। ହେଲେ ଆଜି ରଙ୍ଗବଜାର ଛକ ଯାଏ ‘ମୋ ବସ୍’ ଚଳାଚଳ ହୋଇଥିଲେ ହେଁ ଅବଶିଷ୍ଟ ୨୦ କିମି ରୁଟ୍ରେ କେବେ ବସ୍ ଚଳାଚଳ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଆଜି ଶୁଭାରମ୍ଭ ବେଳେ ସ୍ଥାନୀୟ ଲୋକ ବିଧାୟକଙ୍କୁ ଅବଗତ କରାଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଧାୟକ ଏନେଇ କ୍ରୁଟ୍ କର୍ତୃପକ୍ଷଙ୍କୁ ଚିଠି ଲେଖି ତ୍ବରିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସୂଚନା ଅନୁସାରେ ରଙ୍ଗବଜାର ସ୍ଥିତ ପେଟ୍ରୋଲ ପମ୍ପ ନିକଟରୁ ଟଙ୍କପାଣି ରୋଡ ଦେଇ ଲୁଇସରୋଡ, କଳ୍ପନାଛକ, ରସୁଲଗଡ଼, ବାଣୀବିହାର, ବରମୁଣ୍ଡା ଦେଇ କଳିଙ୍ଗବିହାର ପର୍ଯ୍ୟନ୍ତ ପ୍ରାୟ ୩୫ କିମି ରୁଟ୍ରେ ‘ମୋ ବସ’ ଯିବା ଆସିବା କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/୩୪.jpg)