ମୋ ବସ୍‌ର ରୁଟ୍‌-୧୧ ବଦଳିଲା

ଭୁବନେଶ୍ବର: କ୍ରୁଟ୍‌ ପରିଚାଳିତ ମୋ ବସ୍‌ର ରୁଟ୍‌ ନଂ-୧୧ର ରୁଟ୍‌ ବଦଳିଛି। ପୂର୍ବରୁ ଏହି ରୁଟ୍‌ରେ ମୋ ବସ୍‌ ନନ୍ଦନ ବିହାରରୁ ଲିଙ୍ଗିପୁର ପର୍ଯ୍ୟନ୍ତ ଯାଉଥିବା ବେଳେ ଏବେ ଏହା ନନ୍ଦନବିହାରରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଚାଲିବ। ସେହିପରି ଆଉ ଏକ ନୂଆ ରୁଟ୍‌ ରୁଟ୍‌-୩୪ ଆରମ୍ଭ ହୋଇଛି। ଏହି ରୁଟ୍‌ରେ ବସ୍‌ ମାଷ୍ଟରକ୍ୟାଣ୍ଟିନରୁ ବାଳକାଟି ପର୍ଯ୍ୟନ୍ତ ଯିବ। ଫେବ୍ରୁଆରି ୧ ଅର୍ଥାତ୍‌ ସୋମବାରଠାରୁ ଏହା ଲାଗୁ ହେବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର