ଭୁବନେଶ୍ବର: ଭୁବନେଶ୍ବର ରେଳ ଷ୍ଟେସନ୍ରୁ ମୁଣ୍ଡଳୀକୁ ଗଡ଼ିବ ମୋ’ ବସ୍। ଏହି ବସ୍ ସେବାକୁ କ୍ରୁଟ୍ ଏମ୍ଡି ବିଜୟ ଅମୃତା କୁଲାଙ୍ଗେ ଉଦ୍ଘାଟନ କରିଛନ୍ତି। ୩୬ ନମ୍ବର ରୁଟ୍ରେ ଏହି ବସ୍ ସେବା ଆରମ୍ଭ ହୋଇଛି। ମାଷ୍ଟର କ୍ୟାଣ୍ଟିନ୍ରୁ ବାହାରି ରାମମନ୍ଦିର, ବାଣୀବିହାର, ଜୟଦେବବିହାର, କଳିଙ୍ଗ ହସ୍ପିଟାଲ ଛକ, ନନ୍ଦନକାନନ, ତ୍ରିଶୁଳିଆ, ସିଡିଏ-୧୩, ପିକକ୍ଭ୍ୟାଲି, ନରାଜ ଦେଇ ମୁଣ୍ଡଳୀ ଯିବ। ପିକକ୍ ଭ୍ୟାଲି ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।
ଏଠାରେ ଶହଶହ ମୟୂର ଖାଦ୍ୟ ଖାଇବା ପାଇଁ ରାସ୍ତା କଡ଼କୁ ଆସୁଛନ୍ତି। ମୋ ବସ୍ ପ୍ରଥମଥର ପାଇଁ ଏହି ରୁଟ୍ ଦେଇ ଯିବା ସହ ଏଠାରେ ରହଣି ବ୍ୟବସ୍ଥା ହୋଇଛି। ଏଣୁ ପର୍ଯ୍ୟଟକ ତଥା ଉଭୟ ସହରବାସୀଙ୍କ ପାଇଁ ଏହି ବସ୍ ପ୍ରଥମ ପସନ୍ଦ ହେବ ବୋଲି କୁହାଯାଉଛି। ଅନ୍ୟପଟେ ରୁଟ୍-୩୫ରେ ଜୟଦେବ ପୀଠ ଯାଉଥିବା ମୋ ବସ୍ ଅଡ଼ଶପୁରକୁ ପରିବର୍ଦ୍ଧିତ ହୋଇଛି। ଏହା ମଧ୍ୟ ଆଜିଠାରୁ ସେବା ଆରମ୍ଭ କରିଛି। ପୂର୍ବରୁ ଏହି ରୁଟ୍ରେ ବସ୍ ଚାଲିବା ପାଇଁ ଦାବି ହେଉଥିଲା। ଲୋକମାନଙ୍କ ଦାବିକୁ ସମ୍ମାନ ଜଣାଇ ଏହି ରୁଟ୍ରେ ବସ୍ ଚଳାଚଳ ଆରମ୍ଭ କରିଛି। ପ୍ରଥମ ଦିନରେ ବସ୍ରେ ଯାତ୍ରୀ ଭିଡ଼ ପରିଲକ୍ଷିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/37-1.jpg)