ମୋ ବସ୍‌ ସଟଲ୍‌ ସର୍ଭିସ୍ ୨୭ରୁ, ପ୍ରତି ଦୁଇ ମିନିଟ୍‌ରେ ଆସିବ ବସ୍‌

ନନ୍‌ ଏସି ବସ୍‌ ଭଡ଼ା ୧୫ଟଙ୍କା, ଏସି ବସ୍ ଭଡ଼ା ୩୦ଟଙ୍କା, ଅପରାହ୍ଣ ୩ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସେବା ମିଳିବ

୧୭ ଦିନ‌ରେ ମୋ ବସ୍‌‌ରେ ଗଲେଣି ୩୦ହଜାର ଯାତ୍ରୀ

ପୁରୁଷ ହକି ବିଶ୍ବକପ୍‌ ସମୟରେ ଯେପରି ଯାତ୍ରୀ ଓ ପର୍ଯ୍ୟଟକଙ୍କ ଯାତାୟାତରେ କୌଣସି ସମସ୍ୟା ନଉପୁ‌େଜ ସେଥିପାଇଁ କ୍ୟାପିଟାଲ ରିଜିଅନ୍ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସ୍ବତନ୍ତ୍ର ସେବା ‘ମୋ ବସ୍‌ ସଟଲ୍‌’ ଆରମ୍ଭ ହେଉଛି। ଏଥିରେ ଅପରାହ୍ଣ ୩ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଜନତା ମଇଦାନରୁ ଭାୟା କଳିଙ୍ଗ ଷ୍ଟାଡିୟମ ହୋଇ ପ୍ରତି ଦୁଇ ମିନିଟ୍‌ରେ ଗୋଟିଏ ଲେଖାଏଁ ମୋ ବସ୍ ଚଲାଇବାକୁ ଯୋଜନା ହୋଇଛି। ଆସନ୍ତା ୨୭ ତାରିଖରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହେବ। କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ, ହକି ବିଶ୍ବକପ୍‌ ସମୟରେ ଲୋକଙ୍କ ପାଇଁ ଜନତା ମଇଦାନରେ ମାଗଣା‌ରେ କାର୍‌ ଓ ବାଇକ୍‌ ପାର୍କିଂ ସେବା ଯୋଗାଇ ଦିଆଯିବ। ଏଠାରେ ଗାଡ଼ି ପାର୍କିଂ କରି ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ଯେପରି ସୁବିଧାରେ କଳିଙ୍ଗ ଷ୍ଟାଡିୟମ ସମେତ ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଭୁବନେଶ୍ବର ସିଟି ଫେଷ୍ଟିଭାଲ୍‌ (ଡଟ୍‌.ଫେଷ୍ଟ୍‌)କୁ ଯାଇପାରିବେ ସେଥିପାଇଁ ମୋ ବସ୍ ସଟଲ୍ ଆରମ୍ଭ ହେବ। ଏଥିରେ ପ୍ରତି ଦୁଇ ମିନିଟ୍‌ରେ ଗୋଟିଏ ବସ୍‌ ଜନତା ମଇଦାନରୁ ବାହାରିବ। ଏସି ବସ୍‌ ପାଇଁ ୩୦ଟଙ୍କା ଏବଂ ନନ୍‌ଏସି ବସ୍‌ରେ ଯେଉଁମାନେ ‌ଯିବେ ସେଥିପାଇଁ ୧୫ଟଙ୍କା ଭଡ଼ା ଧାର୍ଯ୍ୟ ହୋଇଛି। ‌ଯାତ୍ରୀଙ୍କ ସୁବିଧା ପାଇଁ କ୍ରୁଟ୍ ପକ୍ଷରୁ ୪୦ ବସ୍‌ କ୍ୟାପଟେନ୍, ୬୦ ବସ୍‌ ଗାଇଡ୍ ଏବଂ ୩୦ଜଣ ସୁପରଭାଇଜରି ଷ୍ଟାଫ୍ ମୁତୟନ ‌େହବେ। କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀମାନେ ଏଥିରେ ଜନତା ମଇଦାନରୁ ମୋ ବସ୍‌ରେ ବସି କଳିଙ୍ଗ ଷ୍ଟାଡିୟମରେ ଓହ୍ଲାଇ ଖେଳ ଦେଖିପାରିବେ, ପ୍ରଦର୍ଶନୀ ପଡ଼ିଆକୁ ଯାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଅନ୍ତର୍ଜାତୀୟ ଖାଦ୍ୟ ମେଳାର ମଜା ନେଇପାରିବେ। ସେଠାରୁ ସୁବିଧାରେ ଆସିବା ପାଇଁ ବି ବସ୍‌ ଉପଲବ୍ଧ ହେବ। ଅପରପକ୍ଷେ ନଭେମ୍ବର ୬ରେ ଉଦ୍‌ଘାଟନ ହୋଇଥିବା ମୋ ବସ୍‌ରେ ୭ରୁ ୨୩ ତାରିଖ ମଧ୍ୟରେ ପ୍ରାୟ ୩୦ ହଜାରରୁ ଅଧିକ ଯାତ୍ରୀ ଯାତାୟାତ କରିଛନ୍ତି।

୭୦ ବସ୍‌ କ୍ୟୁ ସେଲ୍‌ଟର ପ୍ରସ୍ତୁତ
ରାଜଧାନୀରେ ଚାଲୁଥିବା ୨୦୦ ନୂଆ ମୋ ବସ୍‌ ଏବଂ ୧୦୦ ପୁରୁଣା ବସ୍‌ରେ ଯେପରି ଅଧିକରୁ ଅଧିକ ଯାତାୟାତ କରିବେ, ଯାତ୍ରୀମାନେ ସୁବିଧାରେ ବସ୍‌କୁ ଅପେକ୍ଷା କରିବେ ସେଥିପାଇଁ ରାଜଧାନୀରେ ପ୍ରାୟ ୨୦୦ଟି ବସ୍‌ କ୍ୟୁ ସେଲ୍‌ଟର ନିର୍ମାଣ ହେଉଛି। ଏଥିରୁ ୭୦ଟିକୁ ଖୁବ୍‌ ଶୀଘ୍ର ଉଦ୍‌ଘାଟନ କରାଯିବ। ଏବେ ଏହାର କାର୍ଯ୍ୟ ଶେଷ ହୋଇଥିବାବେଳେ ଦିନେ ଦୁଇ ଦିନ ଭିତରେ ଏଥିରେ ଡିଜିଟାଲ ବୋର୍ଡ, ଆଲୋକୀକରଣ କାର୍ଯ୍ୟ ଶେ‌ଷ ହେବ। ରାଜଧାନୀର ପ୍ରମୁଖ ରାସ୍ତାରେ ଏହାକୁ ଅଗ୍ରାଧିକାର ଭିତ୍ତିରେ ନିର୍ମାଣ କରାଯାଇଛି।

ସମ୍ବନ୍ଧିତ ଖବର