ଆଜିଠୁ ସ୍ବାଭାବିକ ହେବ ‘ମୋ ବସ୍‌’ ଚଳାଚଳ

ଭୁବନେଶ୍ବର : ବାତ୍ୟାରେ ମୋ ବସ୍‌ ସେବା ପ୍ରଭାବିତ ହୋଇଥିବାବେଳେ ଏହାକୁ କ୍ରୁଟ୍‌ କର୍ତ୍ତୃପକ୍ଷ ପୁନଃ ଚାଲୁ କରିବାକୁ ଉଦ୍ୟମ ଚଳାଇଛନ୍ତି। ଆଜି ସୁଦ୍ଧା ୧୯ଟି ରୁଟ୍େର ୧୪୦ଟି ବସ୍ ଚଳାଚଳ କରୁଥିବାବେଳେ ମଙ୍ଗଳବାରଠାରୁ ଆଉ ୫୦ଟି ବସ୍ ଗଡ଼ିବ। ବହୁ ବସ୍‌ ଡିପୋକୁ ବିଦ୍ୟୁତ ଓ ପାଣି ସଂଯୋଗ ଦିଆଯାଇ ନଥିବାରୁ ଏବେ ବସ୍‌ ଚଳାଚଳରେ କିଛି ସମସ୍ୟା ଦେଖାଯାଉଥିବାବେଳେ ମଙ୍ଗଳବାରଠାରୁ ସବୁ ସ୍ବାଭାବିକ ହେବ ବୋଲି କୁହାଯାଇଛି। କ୍ରୁଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ହାଇଟେକ୍ ମେଡିକାଲରୁ ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ରୁଟ୍ ୩୧କୁ ଛାଡ଼ି ଏବେ ସବୁ ରୁଟ୍‌ରେ ବସ୍‌ ଚଳାଚଳ କରିବ। ଏହି ରାସ୍ତାରେ ଗୋଟିଏ ସ୍ଥାନରେ ବ୍ରିଜ୍‌ ଭାଙ୍ଗି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ସୂଚନାଯୋଗ୍ୟ ଯେ ବାତ୍ୟା ପରଠାରୁ ରାଜଧାନୀର ବିଭିନ୍ନ ରାସ୍ତାରେ ଗଛ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ବସ୍‌ ଚଳାଚଳ ସମ୍ଭବ ହୋଇପାରି ନଥିଲା। ଏବେ ଗଛ କଟା ସରିଥିବା ବେଳେ ଖୁଣ୍ଟ ଉଠା ସରିଛି। ‌ା ଫଳରେ ବସ୍‌ ଚଳାଚଳ ସ୍ବାଭାବିକ ହୋଇପାରିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର