ମହାନତା ଦେଖାଇଲା ‘ମୋ ବସ୍‌’

ଭୁବନେଶ୍ବର: ଅବହେଳିତ ଓ ବିଭିନ୍ନ ଅଧିକାରରୁ ବଞ୍ଚିତ ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗଣିତ ଅଲିମ୍ପିୟାର୍ଡରେ ଅଂଶଗ୍ରହଣ କରିବା ପାଇଁ ମାଗଣାରେ ବସ୍‌ ସେବା ଯୋଗାଇ ପ୍ରଶଂସା ଭାଜନ ହୋଇଛି ‘ମୋ ବସ୍‌’ ସେବା ସଂସ୍ଥା। ମୋ ବସ୍‌ ପରିଚାଳନା କମିଟିର ଏ ନିଷ୍ପତ୍ତିକୁ ସାଧାରଣରେ ସ୍ବାଗତ କରାଯାଇଛି।

ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ପରିଚାଳିତ ରୁତପାଲି ସ୍କୁଲ୍‌ ପକ୍ଷରୁ ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କୁ ଗଣିତ ଅଲିମ୍ପିୟାର୍ଡରେ ଅଂଶଗ୍ରହଣ କରିବା ପାଇଁ ଘରୋଇ ବସ୍‌ ଭଡ଼ାରେ ନିଆଯାଏ। ଚଳିତ ବର୍ଷ ସ୍କୁଲ୍‌ ପକ୍ଷରୁ କ୍ରୁଟ୍‌ ମୋ ବସ୍‌ ସେବା ସଂସ୍ଥାକୁ ୨ଟି ବସ୍‌ ଭଡ଼ା ସୂତ୍ରରେ ଯୋଗାଇ ଦେବା ପାଇଁ କୁହାଯାଇଥିଲା। ତେବେ‌ ବିଭିନ୍ନ କ୍ଷେତ୍ରରେ ଅବହେଳିତ ଓ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ନେବା ପାଇଁ ବସ୍‌ ଭଡ଼ା ସୂତ୍ରରେ ନେବା କଥା ମୋ ବସ୍‌ର ପରିଚାଳନା କମିଟି ଜାଣିଲା ପରେ ମାଗଣାରେ ୨ଟି ବସ୍‌ ଯୋଗାଇ ଦିଆଯାଇଥିଲା। ବସ୍‌ରେ ୫୦ ଜଣ ଛାତ୍ରଛାତ୍ରୀ ବିଞ୍ଝାରପୁର ରୁତପାଲି ବିଦ୍ୟାପୀଠରୁ ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟକୁ ଆସି ସକାଳ ୧୦ଟାରେ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ପରେ ସେମାନଙ୍କୁ ଜଳପାନ ଯୋଗାଇ ଦିଆଯିବା ସହ ସ୍କୁଲ୍‌ରେ ନେଇ ଛାଡ଼ି ଦିଆଯାଇଥିଲା।

ସମ୍ବନ୍ଧିତ ଖବର