ଆଜିଠୁ ଆଉ ଦୁଇଟି ରୁଟ୍‌ରେ ଗଡ଼ିବ ‘ମୋ ବସ୍‌’

ଭୁବନେଶ୍ବର : ଯାତ୍ରୀଙ୍କ ଚାହିଦାକୁ ନଜରରେ ରଖି କ୍ରୁଟ୍‌ କର୍ତ୍ତୃପକ୍ଷ ମଙ୍ଗଳବାର ଠାରୁ ରୁଟ୍‌ ନଂ-୨୪ ଓ ରୁଟ୍‌ ନଂ-୨୮ରେ ମୋ ବସ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରୁଟ୍‌ ୨୪ରେ ମୋ ବସ୍‌ କଳିଙ୍ଗ ବିହାରରୁ ବାହାରି ଟଙ୍କପାଣି ରୋଡ୍‌ସ୍ଥିତ ସାଇ ମନ୍ଦିରକୁ ଚଳାଚଳ କରିବ। ସେହିପରି ରୁଟ୍‌ ୨୮ରେ ମୋ ବସ୍‌ କଳିଙ୍ଗନଗରରୁ ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଚାଲିବ। ଏହି ବସ୍‌ ସକାଳ ୭ଟାରୁ ରାତି ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ରୁଟ୍‌ରେ ପ୍ରତି ଅଧଘଣ୍ଟାରେ ମୋ ବସ୍‌ ଚଳାଚଳ କରିବ। ସୂଚନାଯୋଗ୍ୟ, ଏବେ ୭ଟି ରୁଟ୍‌ରେ ପ୍ରାୟ ୪୦ଟି ମୋ ବସ୍‌ ଗଡ଼ୁଛି।

ସମ୍ବନ୍ଧିତ ଖବର