କରୋନା କଟକଣାକୁୁ ଦୃଷ୍ଟିରେ ରଖି କେବଳ ୬ଟି ରୁଟ୍‌ରେ ଗଡ଼ିବ ମୋ ବସ୍‌

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଭୁବନେଶ୍ବରରେ ଲକ୍‌ ଡାଉନ୍ ଘୋଷଣା କରିଥିବା ବେଳେ ଏହାକୁ ନଜରରେ ରଖି କ୍ରୁଟ୍‌ ପକ୍ଷରୁ ମୋ’ ବସ୍‌ ଚଳାଚଳ ଉପରେ ମାର୍ଚ୍ଚ ୨୩ରୁ ୨୯ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। କେବଳ ହସ୍ପିଟାଲ, ରେଳ ଷ୍ଟେସନ, ବିମାନବନ୍ଦର, ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ରୁଟ୍‌ରେ ମୋ’ ବସ୍‌ ଚାଲିବ। ତାହା ପୁଣି ପ୍ରତି ଘଣ୍ଟାଏରେ ଗୋଟିଏ ବସ୍‌ ଚାଲିବ। କ୍ରୁଟ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୨୩ରୁ ୨୯ ପର୍ଯ୍ୟନ୍ତ ରୁଟ୍‌-୧୧ରେ ନନ୍ଦନ ବିହାରରୁ ଲିଙ୍ଗିପୁର ରୁଟ୍‌ରେ ଭାୟା ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର, କଳ୍ପନା ହୋଇ ୩ଟି ବସ୍‌ ଚାଲିବ। ସେହିପରି ରୁଟ୍‌ ୧୬ରେ ମାଷ୍ଟରକ୍ୟାଣ୍ଟିନରୁ ବାଦାମବାଡ଼ିକୁ ୩ଟି ବସ୍‌ ଭାୟା ରସୁଲଗଡ଼ ହୋଇ ଚାଲିବ, ରୁଟ୍‌ ୨୦ରେ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ତିନିଟି ବସ୍ ଭାୟା ବାଣୀବିହାର ଓ ବରମୁଣ୍ଡା ହୋଇ ଚାଲିବ, ରୁଟ୍‌ ୨୩ରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ସମ୍ ହସ୍ପିଟାଲ ପର୍ଯ୍ୟନ୍ତ ତିନିଟି ବସ୍ ଭାୟା ଫାୟାରଷ୍ଟେସନ୍ ହୋଇ ଚାଲିବ, ରୁଟ୍‌ ୨୭ରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ଏମ୍‌ସ ପର୍ଯ୍ୟନ୍ତ ତିନିଟି ବସ୍‌ ଭାୟା ଫାୟାରଷ୍ଟେସନ, ବରମୁଣ୍ଡା ହୋଇ ଚାଲିବ, ରୁଟ୍‌ ୧ରେ ମାଷ୍ଟରକ୍ୟାଣ୍ଟିନରୁ ବିମାନବନ୍ଦର ପର୍ଯ୍ୟନ୍ତ ୨ଟି ବସ୍‌ ଭାୟା ଏଜି ଛକ ହୋଇ ଚାଲିବ। ୬ଟି ରୁଟ୍‌ରେ ୧୭ଟି ବସ୍‌ ଚାଲିବ। ପ୍ରତ୍ୟେକ ରୁଟ୍‌ରେ ଘଣ୍ଟାଏ ବ୍ୟବଧାନରେ ବସ୍‌ ଚାଲିବ।

ସମ୍ବନ୍ଧିତ ଖବର