କାଲି ୭ ଘଣ୍ଟା ପାଇଁ ବନ୍ଦ ରହିବ ‘ମୋ ବସ୍‌’ ସେବା

ଦିନ ୧ଟା ପରେ ଗଡ଼ିବ ଘରୋଇ ବସ୍‌

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର, କଟକ ଓ ପୁରୀରେ ଆସନ୍ତାକାଲି (ସୋମବାର) ୭ ଘଣ୍ଟା ପାଇଁ ବନ୍ଦ ରହିବ ‘ମୋ ବସ’ ସେବା । କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି । କାଲି ସକାଳୁ ଦିନ ୨ଟା ଯାଏଁ ବନ୍ଦ ରହିବ ‘ମୋ ବସ’ ସେବା । ଦିନ ୨ଟା ପରେ ସ୍ୱାଭାବିକ ହେବ ବସ ଚଳାଚଳ ।

ସେହିପରି ବନ୍ଦ ପାଳନ ଯୋଗୁଁ ଘରୋଇ ବସ ସେବା ମଧ୍ୟ ବନ୍ଦ ରହିବ । ଆସନ୍ତାକାଲି ଦିନ ୧ଟା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରହିବ। ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ୭ ଘଣ୍ଟା ଧରି ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି । ସେହିପରି ବନ୍ଦ ପାଳନ ଯୋଗୁଁ ରାଜ୍ୟରେ ସ୍କୁଲ, କଲେଜ ମଧ୍ୟ କାଲି ବନ୍ଦ ରହିବ ।

ସୂଚନାଯୋଗ୍ୟ, ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। କାଲି ସକାଳ ୭ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ ହେବ। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ଏହି ବନ୍ଦ ପାଳନ କରିବ ବୋଲି ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇସାରିଛନ୍ତି। ତେବେ ଏହି ସମୟରେ ଔଷଧ ଦୋକାନ ଓ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ବନ୍ଦ ପାଳନ ସମୟରେ ବାହାଘର ଗାଡ଼ି ଓ ଅନ୍ତିମ ସଂସ୍କାର ପାଇଁ ଯାଉଥିବା ଗାଡ଼ିକୁ ମଧ୍ୟ ଅଟକାଯିବନି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ହେଲେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସ୍କୁଲ ବନ୍ଦ ହେବା ନେଇ ଘୋଷଣା ମଧ୍ୟ କରିଦେଇଛନ୍ତି।

ସମ୍ବନ୍ଧିତ ଖବର