ଭାରତ ବନ୍ଦ ପାଇଁ ଆଜି ଗଡ଼ିବନି ‘ମୋ ବସ୍‌’

ସବୁ ଆହାର କେନ୍ଦ୍ର ବନ୍ଦ ରହିବ

ଭୁବନେଶ୍ୱର : ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଡକାଯାଇଥିବା ଭାରତ ବନ୍ଦକୁ ନଜରରେ ରଖି ରାଜଧାନୀରେ ‘ମୋ ବସ୍‌’ ସେବା ବନ୍ଦ ରଖାଯାଇଛି। ମଙ୍ଗଳବାର ରାଜଧାନୀରେ ମୋ ବସ୍‌ ଚଳାଚଳ କରିବନି ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି। କ୍ରୁଟ୍‌ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ମୋ ବସ୍‌ ସେବା ବନ୍ଦ ରହିବାକୁ ଥିଲେ ହେଁ ବୁଧବାର ଠାରୁ ସମସ୍ତ ରୁଟ୍‌ରେ ବସ୍‌ ଚଳାଚଳ ସ୍ବାଭାବିକ ହେବ।


New Indian Express

ସବୁ ଆହାର କେନ୍ଦ୍ର ବନ୍ଦ ରହିବ
ଭୁବନେଶ୍ୱର : ଭାରତ ବନ୍ଦ ପାଇଁ ମଙ୍ଗଳବାର ରାଜଧାନୀର ସମସ୍ତ ଆହାର କେନ୍ଦ୍ର ବନ୍ଦ ରହିବ। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ସୁରକ୍ଷା ଓ ନିରାପତ୍ତା କାରଣରୁ ରାଜଧାନୀରେ ଥିବା ୧୦ରୁ ଅଧିକ ଆହାର କେମନ୍ଦ୍ର ମଙ୍ଗଳବାର ଖୋଲିବନି। ବୁଧବାର ଠାରୁ ସମସ୍ତ ଆହାର କେନ୍ଦ୍ର ଧାର୍ଯ୍ୟ ସମୟରେ ଖୋଲିବ।

ସମ୍ବନ୍ଧିତ ଖବର