ସୋମବାରରୁ ୧୬ଟି ରୁଟ୍‌ରେ ଗଡ଼ିବ ‘ମୋ ବସ୍‌’, ସକାଳ ୭ରୁ ସଂଧ୍ୟା ୬ଟା ଯାଏ ଚାଲିବ

ଭୁବନେଶ୍ବର : ଆସନ୍ତା ସୋମବାରଠାରୁ ରାଜଧାନୀରେ ମୋ ବସ୍‌ ଗଡ଼ିବ। କିନ୍ତୁ ଏବେ ୧୬ଟି ରୁଟ୍‌ରେ ବସ୍‌ ଚାଲିବ। ବସ୍‌ ଭୁବନେଶ୍ବର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ମଧ୍ୟରେ ଯାତାୟତ କରିବ। ଏବେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବସ୍‌ ଚାଲିବ ବୋଲି କ୍ରୁଟ୍‌ ପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି। ନିୟମିତ ବସ୍‌ ସେବା କେବଳ ସୋମବାରରୁ ଶୁକ୍ରବାର ଯାଏଁ ଉପଲବ୍ଧ ହେବ। ସପ୍ତାହନ୍ତ ସଟ୍‌ଡାଉନ୍‌ରେ ସ୍ବତନ୍ତ୍ର ସଟଲ୍‌ ବସ୍‌ ସେବା ପୂର୍ବଭଳି ଚାଲୁ ରହିବ। ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ବସ୍‌ ଚଳାଚଳ କରିବ। ବସ୍‌ରେ ଯେତିକ ସିଟ୍ ସେତିକି ଲୋକ ବସିବେ, ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ବସ୍‌ରେ କେବଳ ଦୁଇ ଡୋଜ୍ ଟିକା ନେଇଥିବା କର୍ମଚାରୀ ଡ୍ୟୁଟି କରିବେ। ପ୍ରତ୍ୟେକ ବସ୍‌କୁ ପ୍ରତିଦିନ ବିଶୋଧନ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର