ଭୁବନେଶ୍ୱର : କରୋନା ପାଇଁ ରାଜଧାନୀରେ ‘ମୋ ବସ୍’ ସେବା ପ୍ରଭାବିତ ହୋଇଥିବାବେଳେ ନଭେମ୍ବର ୨ରୁ ଅଧିକ ବସ୍ ଚଲାଇବାକୁ କ୍ରୁଟ୍ ନିଷ୍ପତ୍ତି ନେଇଛି। ଏବେ ଯେଉଁ ସବୁ ରୁଟ୍ରେ ବସ୍ ଚାଲୁଛି ସେଥିରେ ଅଧିକ ଯାତ୍ରୀ ହେଉଥିବାରୁ ଆଉ ୧୭ଟି ରୁଟ୍ରେ ବସ୍ ଚଲାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ସୋମବାର ଠାରୁ ପୂର୍ବ ଧାର୍ଯ୍ୟ ସମୟ ଅନୁଯାୟୀ ବସ୍ ଚାଲିବ ବୋଲି କୁହାଯାଇଛି।
କ୍ରୁଟ୍ର ସୂଚନା ଅନୁଯାୟୀ, ରୁଟ୍-୧୧ରେ ନନ୍ଦନବିହାରରୁ ବାଳକାଟି, ରୁଟ୍-୧୨ରେ ମାଷ୍ଟରକ୍ୟାଣ୍ଟିନରରୁ ନନ୍ଦନକାନନ, ରୁଟ୍-୧୬ରେ ମାଷ୍ଟରକ୍ୟାଣ୍ଟିନରୁ କଟକର ବିଜୁ ପଟ୍ଟନାୟକ ପାର୍କ, ରୁଟ୍-୧୭ରେ ଭୁବନେଶ୍ବର ବିମାନବନ୍ଦରରୁ ବାରବାଟୀ ଷ୍ଟାଡିୟମ, ରୁଟ୍-୧୮ରେ ବରମୁଣ୍ଡାରୁ ଜଗତପୁର, ରୁଟ୍-୧୯ରେ ଏମ୍ସରୁ ଓଏମ୍ପି ଛକ, ରୁଟ୍-୨୦ରେ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଭାୟା ବାଣୀବିହାର, ରୁଟ୍-୨୨ରେ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଭାୟା ଜଟଣୀ, ରୁଟ୍-୨୩ରେ ମାଷ୍ଟରକ୍ୟାଣ୍ଟିନରୁ ସମ୍ ହସ୍ପିଟାଲ, ରୁଟ୍-୨୪ରେ କଳିଙ୍ଗ ବିହାରରୁ ସାଇ ମନ୍ଦିର, ରୁଟ୍-୨୫ରେ ଡୁମୁଡୁମାରୁ ମଞ୍ଚେଶ୍ବର, ରୁଟ୍-୨୭ରେ ମାଷ୍ଟରକ୍ୟାଣ୍ଟିନରୁ ଏମ୍ସ, ରୁଟ୍-୨୮ରେ ମାଷ୍ଟରକ୍ୟାଣ୍ଟିନରୁ ଘାଟିକିଆ, ରୁଟ୍-୩୦ରେ ମାଷ୍ଟରକ୍ୟାଣ୍ଟିନରୁ ଗୋଠପାଟଣା, ରୁଟ୍-୩୩ରେ ମାଷ୍ଟରକ୍ୟାଣ୍ଟିନରୁ ପିପିଲି, ରୁଟ୍-୫୦ରେ ମାଷ୍ଟରକ୍ୟାଣ୍ଟିନରୁ ପୁରୀ ବସଷ୍ଟାଣ୍ଡ, ରୁଟ୍-୭୦ରେ ମାଷ୍ଟରକ୍ୟାଣ୍ଟିନରୁ କୋଣାର୍କକୁ ବସ୍ ଚାଲିବ।