ଡ୍ରେନ୍‌ରେ ପୋତି ହୋଇଥିଲା ମୋ ସାଇକେଲ୍‌

ଭୁବନେଶ୍ବର : ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଓ ବିଏମ୍‌ସି କର୍ତ୍ତୃପକ୍ଷ ମୋ ସାଇକେଲ୍‌ ପ୍ରତି କେତେ ତତ୍ପର ଓ ଦାୟିତ୍ବବାନ, ତାହା ରାସ୍ତା‌କଡ଼ରେ ଗଡ଼ୁଥିବା ମୋ ସାଇକେଲ୍‌କୁ ଦେଖିଲେ ଜଣାପଡ଼ୁଛି। ହେଲେ ମୋ ସାଇକେଲ୍‌ ଦାୟିତ୍ବରେ ଥିବା ଅଧିକାରୀମାନେ କେ‌ତେ ଦାୟିତ୍ବହୀନ, ତାହା ଆଜି ଜାଣିବାକୁ ମିଳିଛି। ଚିନ୍ତାମଣିଶ୍ବର ଦେଇ ଯାଇଥିବା ମୁଖ୍ୟ ଡ୍ରେନ୍ ୬ରୁ ଜାଲି ଗଳି ନିକଟରେ ରବିବାର ଦିନ ଗୋଟିଏ ମୋ ସାଇକେଲ୍‌ କଢ଼ାଯାଇଛି। ସାଇକେଲ୍‌ଟି ମାସାଧିକ କାଳ ଡ୍ରେନ୍‌ରେ ପୋତି ହୋଇ ପଡ଼ିଥିଲେ ବି କିପରି କର୍ତ୍ତୃପକ୍ଷ ଜାଣିପାରି‌ଲେନି, ତାହା ଆଶ୍ଚର୍ଯ୍ୟ କରୁଛି।

ଡ୍ରେନ୍‌ରେ ପୋତି ହୋଇଥିବା ଏହି ହେକ୍ସି ସାଇକେଲ୍‌ଟି ଚଲାଇବା ଅବସ୍ଥାରେ ନଥିବା ବେଳେ କିପରି ଏହାକୁ ଟ୍ରାକ୍‌ କରାଯାଇପାରିଲାନି, ତାହା ଆଶ୍ଚର୍ଯ୍ୟ କରୁଛି। ଏଥିରେ ଜିପିଏସ୍‌ ଲାଗିଥିବା ବେଳେ ହେକ୍ସି କି ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଏହାକୁ ଟ୍ରାକ୍ କରି ଉଠାଇ ପାରିଥା’ନ୍ତେ। ହେଲେ ତାହା ହେଲାନି, ବରଂ ଯେଉଁ ସାଇକେଲ୍‌ ଗୋଟାକୁ ୨୫ହଜାର ଟଙ୍କା ଲେଖାଏଁ ଦେଇ କିଣିଥିଲେ ସେଥିରୁ ଗଣ୍ଡା ଗଣ୍ଡା ସାଇକେଲ୍‌ର ଏବେ ଚିହ୍ନବର୍ଣ୍ଣ ନାହିଁ। ବାବୁମାନେ କ’ଣ ଏତେ ବେପରୁଆ ଯେ, ସାଇକେଲ୍‌ ଡ୍ରେନ୍‌ରେ ମାସାଧିକ କାଳ ପୋତି ହୋଇ ରହିବା ପରେ ଜାଣିପାରିଲେନି।

ସମ୍ବନ୍ଧିତ ଖବର