ଭୁବନେଶ୍ବର : ରାଜଧାନୀର ବେହେରା ସାହି ଓ ସିଆର୍ପି ଅଞ୍ଚଳରୁ ପୁଣି ୪ଟି ମୋ’ ସାଇକେଲ ଚୋରି ହୋଇଛି। ଏନେଇ ଦାୟିତ୍ବରେ ଥିବା ସଂସ୍ଥା ଗତ ଶନିବାର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛି। ସାଇକେଲ୍ରେ ଲାଗିଥିବା ଜିପିଏସ୍ ଟ୍ରାକିଂ ଓ ଲକ୍ ଭାଙ୍ଗି ଦିଆଯାଇଛି। ସେଥିପାଇଁ ସାଇକେଲ୍ କେଉଁଠି ଅଛି ଜଣାପଡ଼ୁନଥିବା ଅଭିଯୋଗରେ ଉଲ୍ଲେଖ ଅଛି। ଅଭିଯୋଗକାରୀଙ୍କ କହିବାନୁଯାୟୀ, ତାଙ୍କ ସଂସ୍ଥାର ପ୍ରାୟ ୨୭ଟି ମୋ’ ସାଇକେଲ୍ ରାଜଧାନୀରୁ ଉଭାନ୍ ହୋଇଯାଇଥିଲା। ସେଥିମଧ୍ୟରୁ ମାତ୍ର ୩ଟି ଜବତ କରାଯାଇଥିଲା। ମାତ୍ର ଏବେ ଆହୁରି ପ୍ରାୟ ୨୪ଟି ମୋ ସାଇକେଲ୍ର ପତ୍ତା ମିଳୁନାହିଁ। ଅପରପଟେ ନୂଆପଲ୍ଲୀ ଥାନା କର୍ତ୍ତୃପକ୍ଷ କହିଛନ୍ତି, ଗତ ଶନିବାର ୪ଟି ମୋ’ ସାଇକେଲ୍ ଚୋରି ହୋଇଥିବା ଅଭିଯୋଗ ଆସିଥିଲା। ମାତ୍ର ୪ଟି ଯାକ ଅଭିଯୋଗ ଅଲଗା ଅଲଗା ଉଲ୍ଲେଖ ହୋଇଥିବାରୁ ଏତଲା ଗ୍ରହଣ କରାଯାଇ ନାହିଁ।
ରାଜଧାନୀରୁ ‘ମୋ ସାଇକେଲ୍’ ଚୋରି, ୨୪ଟିର ପତ୍ତା ମିଳୁନି!
/sambad/media/post_attachments/wp-content/uploads/2021/01/Mo-Cycles.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)