ଭୁବନେଶ୍ବର: ବିଦ୍ୟୁତ୍ ଆଘାତରେ ସୁରତ୍ରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକଙ୍କ ମର ଶରୀର ଓଡ଼ିଶାରେ ପହଞ୍ଚିଛି। ‘ମୋ ପରିବାର’ର ହସ୍ତକ୍ଷେପ ପରେ ଏକ ସ୍ବତନ୍ତ୍ର ବିମାନରେ ଆସି ଓଡ଼ିଶାରେ ପହଞ୍ଚିଛି। ସୂଚନା ଅନୁଯାୟୀ, ସୁରତରେ ଏକ ସୂତାକଳରେ କାମ କରୁଥିବା ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଭାବରଡ଼ା ଗ୍ରାମର ପ୍ରଫୁଲ୍ଲ ସେଠୀଙ୍କର ବିଦ୍ୟୁତ୍ ତାର ସ˚ଯୋଗରେ ଆସି ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେଠାରେ ଥିବା ଶତାଧିକ ଓଡ଼ିଆ ଶ୍ରମିକ ଶ୍ରୀ ସେଠୀଙ୍କ ମରଶରୀରକୁ ରଖି ଡାଇମଣ୍ଡ ନଗରସ୍ଥିତ କାରଖାନା ସମ୍ମୁଖରେ କ୍ଷତିପୂରଣ ଦାବିରେ ଧାରଣା ଦେଇଥିଲେ। ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସୁରତକୁ ଯାଇ ଧାରଣାରେ ଥିବା ଶ୍ରମିକଙ୍କୁ ବୁଝାସୁଝା କରିବା ସହ କମ୍ପାନି ମାଲିକଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶା-ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ମଧ୍ୟ ସେଠାରେ ଶ୍ରୀ ସେଠୀଙ୍କ ମରଶରୀରକୁ କେମିତି ଓଡ଼ିଶା ଫେରାଇ ଆଣାଯିବ, ସେଥିପାଇଁ ପଦକ୍ଷେପ ନେଇଥିଲେ। ଶେଷରେ ଆଜି ଏକ ବିମାନ ଯୋଗେ ଶ୍ରୀ ସେଠୀଙ୍କ ମରଶରୀର ସନ୍ଧ୍ୟା ୭ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛି। ସେଠାରେ ପୋଲସରା ବିଧାୟକ ଶ୍ରୀ ସାହୁ, ମୋ-ପରିବାରର ଆବାହକ ଶ୍ରୀ ପଟ୍ଟନାୟକ, ଉପଦେଷ୍ଟା ବିବେକ ପଟ୍ଟନାୟକ, ସଦସ୍ୟା ଭାରତୀ ସି˚ହଙ୍କ ସମେତ ବିଜୁ ଜନତା ଦଳର ବହୁ ନେତା ପହଞ୍ଚି ମରଶରୀରକୁ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିବା ସହ ଗ୍ରାମକୁ ଯିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ।
ସହଯୋଗର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର, ଓଡ଼ିଶାରେ ପହଞ୍ଚିଲା ସୁରତରେ ମୃତ ଶ୍ରମିକଙ୍କ ମରଶରୀର
/sambad/media/post_attachments/wp-content/uploads/2020/02/8dfh7dhdh97h987h897987897hdfhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)